ମହଙ୍ଗା ପଡ଼ିଲା ପୁଲିସକୁ ଆକ୍ରମଣ । ଗୋପ ଥାନା ସବ୍ ଇନ୍ସପେକ୍ଟର ବୁଲୁ ସେଠୀଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି । ଉଭୟଙ୍କୁ ଥାନାରେ ଅଟକ ରଖି ଜେରା କରୁଛି । ସୂଚନା ମୁତାବକ, ମଙ୍ଗଳବାର ରାତିରେ ଗୋପ…
ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା କୃଷ୍ଣପାଲି ଛକ ନିକଟରେ ବାଇକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ କୃଷ୍ଣପାଲି ଗ୍ରାମର ପ୍ରଫୁଲ୍ଲ ବେହେରା (୫୮ ବର୍ଷ) l ଏହି ଦୁର୍ଘଟଣାରେ ବାଇକ୍ରେ ବସିଥିବା ଗଙ୍ଗା ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ତିଳେଶ୍ୱର ଗ୍ରାମରୁ ନିଜ ଗାଁକୁ ଫେରୁଥିଲେ ପ୍ରଫୁଲ୍ଲ ବେହେରା । ଏହି ସମୟରେ ହଠାତ ଏକ ବାଇକ୍କୁ ପଛରୁ ଧକ୍କା ଦେଇଥିଲା l ଫଳରେ ପ୍ରଫୁଲ୍ଲ ଦୂରକୁ ଛିଟିକି ହୋଇ ପଡ଼ିଥିଲେ l ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା l ପରିବାର ଲୋକେ ଉଦ୍ଧାର କରି ବୌଦ୍ଧ ମେଡିକାଲକୁ ନେଇଥିଲେ l ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l ବାଇକ୍ରେ ବସିଥିବା ଗଙ୍ଗା ନାମକ ଯୁବକ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି l ଏନେଇ ପୁଲିସ ନିକଟରେ ଏପଯ୍ୟନ୍ତ ମାମଲା ହୋଇନଥିବା କୁହାଯାଇଛି ।
୧୦ରେ ପୁଣି ଘୂର୍ଣ୍ଣିବଳୟ, ୧୪ରୁ ଶୁଖିଲା ପାଗ
ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୋମବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୯ ତାରିଖ ଯାଏ ଏହା ସକ୍ରିୟ ରହିବ । ବୁଧବାର କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳଠାରୁ ଦୂରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୦…
ମୁଁ’ର ଯୁଗ ଶେଷ, କଂଗ୍ରେସ ଅନୁଗୁଳ ଜିଲ୍ଲାର ଜାଗ୍ରତ ପ୍ରହରୀ ଭାବେ ଏଣିକି କାର୍ଯ୍ୟ କରିବି – ସୁନୀଲ ପ୍ରଧାନ
ଅନୁଗୁଳ: ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ସୁନୀଲ କୁମାର ପ୍ରଧାନଙ୍କୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା କରିବାକୁ ଯାଇ ଏକ ଶୋଭାଯାତ୍ରାରେ ତାଙ୍କୁ ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ରଠାରୁ ଜଗତର ନାଥ ଜଗନ୍ନାଥ ଓ ମାଆ ବୁଢୀଠାକୁରାଣୀଙ୍କ ଠାରୁ ପୂଜାର୍ଚ୍ଚନା…
ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ଆଭାସୀ ଆଲୋଚନାଚକ୍ର ‘ଖଲିଲ୍ ଜିବ୍ରାନଙ୍କ ଜୀବନ ଓ ଦର୍ଶନ’
ତାଳଚେର: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଅନୁଗୋଳ ଜିଲ୍ଲା ବିଚାରଧାର ବିଭାଗ ପକ୍ଷରୁ ୬୨ତମ ଆଭାସୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂସଦର ଅନୁଗୋଳ ଶାଖା ସଭାପତି ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠ୍ୟଚକ୍ରରେ ଆଲୋଚକ ଭାବରେ ଅନୁଗୋଳ ଜିଲ୍ଲା…
ବର୍ଷାରେ ଧୋଇ ନେଲା ରାସ୍ତା ଗ୍ରାମବାସୀ ଯାତାୟତରେ ବାଧାପ୍ରାପ୍ତ
ବନ୍ଧୁଗାଁ : ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ଗୋତିପୁଟ ଗ୍ରାମକୁ ସଂଯୋଗ କରୁଥିବା ନିର୍ମାଣାଧୀନ ରାସ୍ତା ପ୍ରବଳ ବର୍ଷାରେ ଧୋଇ ହୋଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆଜକୁ ଏକ ତଳେ ଗୋତିପୁଟ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ପାହାଡ କାଟି ନିର୍ମାଣ କାର୍ଯ୍ୟ…
ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଭଞ୍ଜନଗର: ନଦୀରେ ଗାଧୋଇବା ବେଳେ ଭାସି ଯାଇଥିଲେ। ଦିନକ ପରେ ଉଦ୍ଧାର ହେଲା ମୃତଦେହ। ଭଞ୍ଜନଗର ବ୍ଲକ ହରିଗଡ ପଞ୍ଚାୟତ ବଦାଙ୍ଗୀ ଗ୍ରାମର ବିଜୟ କୁମାର ସାହୁ(୫୦) ସୋମବାର ସନ୍ଧ୍ୟାରେ ବାରନାଳିଆ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ। ଆଜି ସକାଳୁ ଭଞ୍ଜନଗର ଦମକଳ…
ନାଗାବଳୀ ନଦୀରେ ଭାସି ପୁଣି ଜଣେ ନିଖୋଜ
ରାୟଗଡା : ରାୟଗଡା ସଦର ବ୍ଲକ ଗୁରୁମଗୁଡା ଗ୍ରାମରେ ଜଣେ ଯୁବକ ନIଗIବଳୀ ନଦୀରେ ଭାସି ନିଖୋଜ ହୋଇଯାଇଥିବା ଜଣାପଡିଛି I ରାୟଗଡ଼ା ସହର ନିକଟସ୍ଥ ଗୁରୁମ୍ଗୁଡ଼ା ଗ୍ରାମର ସୀନୁ ବ।ଡୁ ୩୮,ଗତକାଲି ସନ୍ଧ୍ୟାରେ ନଦୀକୁ ଶୌଚ ହେବାକୁ ଯାଇଥିଲେ I କିନ୍ତୁ ନଦୀର…
ଜାମୁ ଝାଡ଼ି ତାରିଣୀ ପୋଲ ନିକଟରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା
୨୦ ଆହତ ସିମୁଳିଆ : ପୁରୀରୁ ମେଦିନପୁର ଯାଉଥିବା ତୀର୍ଥ ଯାତ୍ରୀ ବସଜାମୁ ଝାଡ଼ି ତାରିଣୀ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ୨୦ରୁ ଉର୍ଦ୍ଧ ଯାତ୍ରୀଆହତ, ୫ ଗୁରୁତର ଅବସ୍ଥା ରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ପୁରୀ ଜଗନ୍ନାଥ ଦର୍ଶନ ସାରି ରୁ…
ଭାଇ ଓ ଭାଉଜଙ୍କୁ ଫାର୍ସାରେ ହାଣି ହତ୍ୟା କଲା ସାନ ଭାଇ
ଜମି ବିବାଦରୁ ଡବଲ ମର୍ଡର ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍ର ମୋନକୋ ପଞ୍ଚାୟତ ଅନ୍ତର୍ଗତ ଚିରୁବେଡ଼ା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗାଁର ନାମଜାଙ୍ଗ ମୁଣ୍ଡା (୩୫) ତାର ନିଜ ବଡ଼ଭାଇ ଏନ.ଏମ. ମୁଣ୍ଡା (୫୭) ଓ ଭାଉଜ ଶୋଭା ମୁଣ୍ଡା (୫୦)ଙ୍କୁ…
