Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭାଇ ଓ ଭାଉଜଙ୍କୁ ଫାର୍ସାରେ ହାଣି ହତ୍ୟା କଲା ସାନ ଭାଇ

Posted on October 7, 2025

ଜମି ବିବାଦରୁ ଡବଲ ମର୍ଡର

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍‌ର ମୋନକୋ ପଞ୍ଚାୟତ ଅନ୍ତର୍ଗତ ଚିରୁବେଡ଼ା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗାଁର ନାମଜାଙ୍ଗ ମୁଣ୍ଡା (୩୫) ତାର ନିଜ ବଡ଼ଭାଇ ଏନ.ଏମ. ମୁଣ୍ଡା (୫୭) ଓ ଭାଉଜ ଶୋଭା ମୁଣ୍ଡା (୫୦)ଙ୍କୁ ଫାର୍ସାରେ ହାଣି ହତ୍ୟା କରିଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଏନ.ଏମ. ମୁଣ୍ଡା ଘରେ ଶୋଇଥିବା ବେଳେ ନାମଜାଙ୍ଗ ମୁଣ୍ଡା ତାଙ୍କ ମୁହଁକୁ ଫାର୍ସାରେ ଆକ୍ରମଣ କରିଥିଲା। ପରେ ଭାଉଜ ଶୋଭାଙ୍କ ବେକକୁ ହାଣି ପକାଇଛି। ଘଟଣାସ୍ଥଳରେ ଏନ.ଏମ. ମୁଣ୍ଡା ଓ ତାଙ୍ଏକ ପତ୍ନୀ ଶୋଭା ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ ତୁରନ୍ତ ବିଶ୍ରା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରି ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଥିଲେ। ପୋଷ୍ଟମର୍ଟମ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ହତ୍ୟାକାଣ୍ଡ ପଛରେ ଜମି ବିବାଦ ମୁଖ୍ୟ କାରଣ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଅଭିଯୁକ୍ତ ନାମଜାଙ୍ଗଙ୍କୁ ପୁଲିସ ଗିରଫ କରି ଆଜି ଥାନାରେ ପଚରାଉଚାର କରୁଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଡବଲ ମର୍ଡର ଘଟଣା ଚିରୁବେଡ଼ା ସମେତ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme