Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମୁଁ’ର ଯୁଗ ଶେଷ, କଂଗ୍ରେସ ଅନୁଗୁଳ ଜିଲ୍ଲାର ଜାଗ୍ରତ ପ୍ରହରୀ ଭାବେ ଏଣିକି କାର୍ଯ୍ୟ କରିବି – ସୁନୀଲ ପ୍ରଧାନ

Posted on October 7, 2025


ଅନୁଗୁଳ: ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ସୁନୀଲ କୁମାର ପ୍ରଧାନଙ୍କୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା କରିବାକୁ ଯାଇ ଏକ ଶୋଭାଯାତ୍ରାରେ ତାଙ୍କୁ ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ରଠାରୁ ଜଗତର ନାଥ ଜଗନ୍ନାଥ ଓ ମାଆ ବୁଢୀଠାକୁରାଣୀଙ୍କ ଠାରୁ ପୂଜାର୍ଚ୍ଚନା କରି ବାହାରି ଗାନ୍ଧୀ ପାର୍କଠାରେ ମାଲ୍ୟାର୍ପଣ କରିଥିଲେ। ତାପରେ ହଜାର ହଜାର କର୍ମୀଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ କାଞ୍ଚନ ଟକିଜ୍, ଶାନ୍ତି ହୋଟେଲ ଛକ ଦେଇ ରାଜାଛକ ପାଖରେ ପହଞ୍ଚି ଅନୁଗୋଳର ଶେଷ ସ୍ବାଧୀନ ମହାରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବଜାର ଦେଇ କଂଗ୍ରେସ ଭବନଠାରେ ପହଞ୍ଚିଥିଲେ। କଂଗ୍ରେସ ଭବନଠାରେ ବରିଷ୍ଠ କଂଗ୍ରେସ ନେତା ସାଧୁ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସମ୍ବର୍ଦ୍ଧନା ସଭାରେ ବହୁ ବରିଷ୍ଠ କଂଗ୍ରେସ ନେତା, ବିଭିନ୍ନ ବ୍ଲକ, ଛାମୁଆ ସଂଗଠନ ଯଥା ଯୁବ, ମହିଳା, ଛାତ୍ର, ଆଇନସେଲ, ଏସସି ସେଲ, ଏସଟି ସେଲ, ମିଡ଼ିଆ ସେଲ, ସେବାଦଳ ତରଫରୁ ନବ ନିର୍ବାଚିତ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା ସଭାରେ ନିଜର ବକ୍ତବ୍ୟ ରଖି ଶ୍ରୀ ପ୍ରଧାନ କହିଥିଲେ ଯେ, ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ଓ କଂଗ୍ରେସ ଦଳର ସର୍ବମାନ୍ୟ ନେତା ତଥା ଲୋକସଭାର ବିରୋଧୀଦଳ ନେତା ରାହୁଳ ଗାନ୍ଧୀଙ୍କ ଦ୍ଵାରା ସ୍ବତନ୍ତ୍ର ସଂଗଠନ ସୃଜନ ମାଧ୍ୟମରେ ମୋତେ ଚୟନ କରି ଯେଉଁ ଗୁରୁ ଦାୟିତ୍ଵ ପ୍ରଦାନ କରିଥିଲେ ସେଥିପାଇଁ ସେ ସେମାନଙ୍କ ପାଖରେ କୃତଜ୍ଞତା ଜଣାଇବା ସହ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଓ ପ୍ରଭାରୀ ଅଜୟ ଲୁଲୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁଗୋଳ ଜିଲ୍ଲାର ସମସ୍ତ କଂଗ୍ରେସ ନେତା ଓ କର୍ମୀମାନଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ବିଶେଷ କରି ଅନୁଗୋଳବାସୀଙ୍କ ସ୍ନେହ ଓ ଶ୍ରଦ୍ଧା ହିଁ ତାଙ୍କୁ ଏଭଳି ଏକ ପଦବୀରେ ଅବସ୍ଥାପିତ କରାଇ ପାରିଛି। ସ୍ବର୍ଗତ ପିତା ସନ୍ତୋଷ ପ୍ରଧାନଙ୍କ ଆଶୀର୍ବାଦ ରହିଛି ନିଶ୍ଚିତ ସେ ଏ ଦାୟିତ୍ବକୁ ସୁଚାରୁ ରୂପେ ସମ୍ପାଦନ ସମସ୍ତ ଅନୁଗୋଳ କଂଗ୍ରେସ କର୍ମୀ ଭାଇମାନଙ୍କ ଦ୍ବାରା ବୋଲି ପ୍ରକାଶ କରିଥିଲେ। ଆଜି ଠାରୁ ମୁଁର ଯୁଗ ଶେଷ ହେଲା, ଆଜିଠୁ ଆରମ୍ଭ ହେଲା ସବୁ କ୍ଷେତ୍ରରେ ଆମେ। ଅନୁଗୋଳ ଜିଲ୍ଲାର ବହୁ ସମସ୍ୟା ରହିଛି, ସେ ସବୁକୁ ସମାଧାନ କରିବା ପାଇଁ ଅନୁଗୋଳ ଜିଲ୍ଲା କଂଗ୍ରେସ ଯଥାସାଧ୍ୟ ଉଦ୍ୟମ ଜାରି ରଖିବ ଓ ଅନୁଗୋଳ ଜିଲ୍ଲାର ଜାଗ୍ରତ ପ୍ରହରୀ ଭାବେ ଏଣିକି କାର୍ଯ୍ୟ କରିବ ବୋଲି ସଭାରେ ଦୃଢୋକ୍ତି ପ୍ରକାଶ କରିଥିଲେ। ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରଦେଶ କଂଗ୍ରେସ କମିଟିର ଅନ୍ୟତମ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ ଅନୁଗୋଳ ଜିଲ୍ଲା କଂଗ୍ରେସ ଯେଉଁ ଯୁବ ପ୍ରତିଭାକୁ ଦଳର ମୁଖିଆ ଭାବେ ପାଇଛି, ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ କଂଗ୍ରେସ ଏକ ଦୃଢ ସଂଗଠନ ଓ ନୂତନ ସଂକଳ୍ପନନେଇ କାର୍ଯ୍ୟ କରିବ। ଅନୁଗୋଳ ଜିଲ୍ଲାରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ। ଆଜିର ଏହି ଉତ୍ସବରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ରୂପାଦୀପ୍ତା ମହାପାତ୍ର, ପୂର୍ବତନ ତାଳଚେର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ଦାସ, ହିମାଂଶୁ ଚାଉଳିଆ, ପ୍ରଦେଶ ଏସଟି ସେଲ ସାଧାରଣ ସମ୍ପାଦକ ତପନ ପ୍ରଧାନ, ପ୍ରଦେଶ କଂଗ୍ରେସ କୃଷକସେଲର ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ, ମାଣିକପ୍ରଭା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜିର ଏହି ସମ୍ବର୍ଦ୍ଧନା ସଭାରେ ବିଜିଗୋଳ ପଞ୍ଚାୟତର ଜ୍ୟୋତି ରଞ୍ଜନ ପ୍ରଧାନ, ତିରିବିଡା ପଞ୍ଚାୟତର ସୁରେନ୍ଦ୍ର ବେହେରା, ଓ କଣିହାଁ ପଞ୍ଚାୟତର ବିଳାସିନି ନିଆଳ ଓ ରାଜେନ୍ଦ୍ର ନିଆଳ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ସାମିଲ ହେଲେ। ଜିଲ୍ଲା ସଭାପତି ତାଙ୍କୁ ଫୁଲତୋଡା ଓ ଦଳୀୟ ଉତ୍ତରୀୟ ଦେଇ ଦଳରେ ସାମିଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ କମିଟିର ବରିଷ୍ଠ ନେତା ବିମଳ କୁମାର ପ୍ରଧାନ, ଦିଗମ୍ବର ଗଡନାୟକ, ଗୋପାଳ ଚନ୍ଦ୍ର ନାଥ, ଚିତ୍ତରଞ୍ଜନ ନାଏକ, ଟିକନ ବେହେରା, ଚିତ୍ତରଞ୍ଜନ ପ୍ରଧାନ, ସୁବ୍ରତ ଗଡନାୟକ ଗୋବିନ୍ଦ ନାଏକ, ସନ୍ତୋଷ ପଟ୍ଟନାୟକ, ବଲବୀର ସିଂ, ବିନୋଦ ମାଝୀ, ଅମୂଲ୍ୟ ବେହେରା, ସୁଶାନ୍ତ ସାମଲ, କେଶବ ଭୂତିଆ, ସହଦେବ ବେହେରା, ସୁଦୀପ ମିଶ୍ର, ଧର୍ମେନ୍ଦ୍ର ନାଥ ମିଶ୍ର, ସଞ୍ଜୀବ କୁମାର ମାଣ୍ଡୋଠିଆ, ପ୍ରଦ୍ୟୁମ୍ନ ସାହୁ, ଲୁଲୁ ପାଣିଗ୍ରାହୀ, ନୀଳକଣ୍ଠ ନାଏକ, ଦାଶରଥି ସାହୁ, ଦୁଷ୍ମନ୍ତ ଦଳବେହେରା, କସିଦା ଖାନ, ସ୍ଵାଗତିକା ସାହୁ, ବାସୁଦେବ ସାମଲ, ରାକେଶ ମିଶ୍ର, ହେମନ୍ତ ମହାଳିକ, ଅଗସ୍ତି ବେହେରା, ସୁବାସ ସାହୁ, ରଶ୍ମି ରଞ୍ଜନ ସାହୁ, ଗୋପାଳ ପ୍ରଧାନ ପ୍ରମୁଖ କଂଗ୍ରେସ ନେତା ଯୋଗ ଦେଇଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme