Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ଆଭାସୀ ଆଲୋଚନାଚକ୍ର ‘ଖଲିଲ୍ ଜିବ୍ରାନଙ୍କ ଜୀବନ ଓ ଦର୍ଶନ’

Posted on October 7, 2025

ତାଳଚେର: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଅନୁଗୋଳ ଜିଲ୍ଲା ବିଚାରଧାର ବିଭାଗ ପକ୍ଷରୁ ୬୨ତମ ଆଭାସୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂସଦର ଅନୁଗୋଳ ଶାଖା ସଭାପତି ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠ୍ୟଚକ୍ରରେ ଆଲୋଚକ ଭାବରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ ଯୋଗ ଦେଇ ‘ଖଲିଲ୍ ଜିବ୍ରାନଙ୍କ ଜୀବନ ଓ ଦର୍ଶନ’ ଶୀର୍ଷକ ଆଭାସୀ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ବିଶିଷ୍ଟ ଆମେରିକୀୟ ଲେଖକ ଖଲିଲ୍ ଜିବ୍ରାନଙ୍କ ଜୀବନୀ ଓ ତାଙ୍କ ରଚନାସମୂହରେ ଥିବା ବିଭିନ୍ନ ଦାର୍ଶନିକ ଚିନ୍ତାଧାରା ସମ୍ବଦ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୋକ ସଂସଦର ଅନୁଗୋଳ ଜିଲ୍ଲା ଶାଖା ସଂପାଦକ କୃଷ୍ଣଚନ୍ଦ୍ର ସାହୁ ବିବେକାନନ୍ଦଙ୍କ ଦିବ୍ୟବାଣୀ ପାଠ କରିଥିବା ବେଳେ ଭବାନୀ ଶଙ୍କର ମିଶ୍ର ଓଁକାର ବନ୍ଦନା କରିଥିଲେ । ସଂସଦର ମଧ୍ୟସମ୍ଭାଗ ସଂପର୍କ ସେତୁ ବିଭାଗର ସଂଯୋଜକ ବିଭୂତି ଭୂଷଣ ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥଲେ । ଶେଷରେ ଅଧ୍ୟାପକ ନରେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପାଠ୍ୟଚକ୍ରରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସଙ୍ଗଠନ ସଂପାଦକ ଡ.ଚିତ୍ତରଞ୍ଜନ ନାୟକ, ଅନୁଗୋଳ ଶାଖା ଉପସଭାପତି ଶିକ୍ଷାବିତ୍ ପ୍ରତାପ କୁମାର ତ୍ରିପାଠୀ, ଡ.ବିଶ୍ୱଜିତ୍ ଖମାରୀ, ଘନଶ୍ୟାମ ଲେଙ୍କା, ଅନୀତା ପାଣି, ଦିପ୍ତୀରାଣୀ ସିଂହ, ଯୁଗଳ କିଶୋର ପ୍ରଧାନ, ନୃସିଂହ ଚରଣ ନାୟକ, ସଂଯୁକ୍ତା ପ୍ରଧାନ, ସୁଷମା ପଟେଲ, ତରଙ୍ଗିଣୀ ମହାପାତ୍ର, ରାମପ୍ରସାଦ ବାରିକ, ଶମ୍ବୁପ୍ରସାଦ ମିଶ୍ର, ପ୍ରଦୀପ କୁମାର ସାହୁ, ଜୟଶ୍ରୀ ଷଡ଼ଙ୍ଗୀ, ଭଗବାନ ପଟେଲ, ରେଣୁବାଳା ସାମଲଙ୍କ ସମେତ ବହୁ ସଦସ୍ୟ,ସଦସ୍ୟା ଯୋଗ ଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme