ଡିସେମ୍ବର ପହିଲାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ଦୀର୍ଘ ୬ ବର୍ଷ ବନ୍ଦ ରହିବା ପରେ ଏହାକୁ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି। ୧ ତାରିଖରୁ ଏହାକୁ ପରୀକ୍ଷାମୂଳକ…
Category: ରାଜ୍ୟ
ହନୁମାନ ମନ୍ଦିରରୁ ଦ୍ଵିଭାଷୀ ଶିଳାଲେଖ ଠାବ
୩୦୦ ବର୍ଷ ପୁରୁଣା ହନୁମାନ ମନ୍ଦିରରୁ ଦ୍ଵିଭାଷୀ ଶିଳାଲେଖ ଠାବ। ଗଜପତି ଜିଲ୍ଲା ପାରଳଖେମୁଣ୍ଡିର ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଅନ୍ତର୍ଗତ ଥିବା ହନୁମାନ ମନ୍ଦିରରୁ ଏହି ଦ୍ଵିଭାଷୀ ଶିଳାଲେଖ ଠାବ ହୋଇଛି। ଯାହାକୁ ପୁରୁଣାପାଟଣା ନିବାସୀ ଶିକ୍ଷକ ପି. ଆପଲ୍ ରାଜୁ ଠାବ କରି…
ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଦଶପଲ୍ଲା ଥାନା ପଙ୍କୁଆ-କଳସାଖମଣ ରାସ୍ତାର ଉଦୁଡ଼ା ଗାଁ ଠାରୁ ୨୦୦ମିଟର ଦୂରରେ ଅଜଣା ଯୁବକଙ୍କ କ୍ଷତାକ୍ତ ମୃତଦେହ ରାସ୍ତା କଡ଼ରେ ପଡ଼ି ରହିଛି। ପାଖରେ ଏକ ହ୍ୟାଣ୍ଡ ବ୍ୟାଗ୍ ,ହେଲମେଟ ,ବାଇକ୍ ଥିବାବେଳେ ମୃତ ଯୁବକଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ମୁହଁ ତଳକୁ…
ବଙ୍ଗୋପସାଗରରେ ଯୋଡ଼ା ବାତ୍ୟା, ଅଶାନ୍ତ ରହିବ ସମୁଦ୍ର
ବଙ୍ଗୋପସାଗରରେ ବାତ୍ୟା ଭୟ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ଏବେ କେନ୍ଦ୍ରୀଭୂତ ହୋଇଛି ଅବପାତ । ଏହା ପରବର୍ତ୍ତୀ ୧୨ ରୁ ୧୮ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରେ ଏହା ଆହୁରି ବଳ ଗୋଟାଇବା ସହ…
ଦୁଇ ଦିନ ହାଡ଼ଭଙ୍ଗା ଜାଡ଼, ୪ଟି ସ୍ଥାନରେ ୧୨ ଡିଗ୍ରୀ ତଳେ ପାରଦ
କିଛିଦିନର ବିରତି ପରେ ରାଜ୍ୟକୁ ଫେରିଛି ଶୀତ । ୧୫ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୪ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରୀ ବା ଏହାଠାରୁ ତଳକୁ ଖସିଯାଇଛି । ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୨ରୁ…
ବିଦ୍ୟୁତ ଆଘାତରେ ଦୁଇ ଛାତ୍ରଛାତ୍ରୀ ଗୁରୁତର।
ବିଦ୍ୟାଳୟକୁ ଯିବା ବାଟରେ ଦୁଇ ଛାତ୍ରଛାତ୍ରୀଙ୍କ ଉପରେ ଛିଣ୍ଡି ପଡିଲା ବିଦ୍ୟୁତ ସର୍ଭିସ୍ ତାର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ରେଣଦାପାଟଣା ଗ୍ରାମରେ । ଗ୍ରାମର ବାବୁଲି ଦେହୁରୀଙ୍କ ଦୁଇ…
ବରଯାତ୍ରୀଙ୍କ ଉପରେ ମାଡ଼ିଗଲା କାର୍
ବାହା ହେବାକୁ ବରବେଶରେ ବାଣଫୁଟାଇ ନାଚି ନାଚି ବରଯାତ୍ରୀଙ୍କ ମେଳରେ କନ୍ୟା ଘରକୁ ଯାଉଥିଲେ ଯୁବକ। ସେହି ସମୟରେ ଘଟିଥିଲା ବଡ଼ ଅଘଟଣ। ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା କାର୍। ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି…
ପ୍ରକାଶ ପାଇଲା ଟେଣ୍ଡର, ଦୁଇଟି ପ୍ୟାକେଜରେ ୧୬୦ କିମି ରାସ୍ତା
ବହୁ ପ୍ରତୀକ୍ଷିତ ଉପକୂଳ ରାଜପଥ ପାଇଁ ମଙ୍ଗଳବାର ଟେଣ୍ଡର ପ୍ରକାଶ ପାଇଛି । ଦୁଇଟି ପ୍ୟାକେଜରେ ଟେଣ୍ଡର ଆହ୍ୱାନ କରାଯାଇଛି । ଖୋର୍ଦ୍ଧା ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ପ୍ରସ୍ତାବିତ ୧୬୦ କିଲୋମିଟର ଲମ୍ବ ଏହି ଉପକୂଳ ରାଜପଥ ପାଇଁ ୫୫୦୦ କୋଟି…
ପରକୀୟା ସନ୍ଦେହରୁ ବୀଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀଙ୍କୁ ମାରିଲା ସ୍ବାମୀ
ଜମନକିରା ଥାନା ଅନ୍ତର୍ଗତ ପାଲୋଖମନ୍ ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ମଙ୍ଗଳବାର ରାତି ୭ଟା ୩୦ରେ ଏକ ନିଆଁ ଫୁଁଙ୍କା ଲୁହା ନଳାରେ ସ୍ତ୍ରୀ ମୁଣ୍ଡକୁ ସ୍ଵାମୀ ଜୋର୍ ରେ ବାଡ଼େଇ ହତ୍ୟା କରିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ୭ଟା ୩୦ରେ…
ବୃଦ୍ଧଙ୍କୁ ୧ କିଲୋମିଟର ଯାଏ ଘୋଷାଡ଼ି ନେଲା ଟ୍ରକ
ସ୍କୁଟିକୁ ପିଟିଲା ଟ୍ରକ । ବୃଦ୍ଧଙ୍କ ମୃତ୍ୟୁ । ୧ କିଲୋମିଟର ଯାଏ ବୃଦ୍ଧଙ୍କୁ ଘୋଷାଡ଼ି ନେଲା ଟ୍ରକ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ତିନି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ କୁମାରକେଳି ଗାଁର ଶରତ ମହାପାତ୍ର ।…

