Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା କାର୍

Posted on November 26, 2025

ବାହା ହେବାକୁ ବରବେଶରେ ବାଣଫୁଟାଇ ନାଚି ନାଚି ବରଯାତ୍ରୀଙ୍କ ମେଳରେ କନ୍ୟା ଘରକୁ ଯାଉଥିଲେ ଯୁବକ। ସେହି ସମୟରେ ଘଟିଥିଲା ବଡ଼ ଅଘଟଣ। ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା କାର୍। ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି । ହର୍ଷ ଉଲ୍ଲାସରେ ଚାଲିଥିବା ବାହାଘରରେ ଚାହୁଁଚାହୁଁ ଦୁଃଖର ବାତାବରଣ ଖେଳିଗଲା। ବଲାଙ୍ଗୀର ଉପଖଣ୍ଡ ବେଲପଡ଼ା ଥାନା ମଣ୍ଡଳ ଗାଁରେ ଘଟିଛି ଏହି ଦୁର୍ଘଟଣା । 

ତେବେ ଅଘଟଣ ପରେ ବି ଉଭୟ ପକ୍ଷର ସହମତିରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି। ମୃତକ ହେଉଛନ୍ତି ଲୋଇସିଂହା ଥାନା ଆମପାଲି ଗାଁର ଘିବଲୁ ବାଗ। ସୂଚନା ଅନୁସାରେ ଆମପାଳି ଗାଁରୁ ବେଲପଡ଼ ଥାନା ଅନ୍ତର୍ଗତ ମଣ୍ଡଳ ଗାଁକୁ ବରଯାତ୍ରୀ ଦଳ ଆସିଥିଲେ। ବାଣ ଫୁଟାଇ ବାଜା ବଜାଇ ବର ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଆଗରେ ଲୋକ ନାଚି ନାଚି ଯାଉଥିଲେ, ପଛରେ ଥିବା ବର ଗାଡ଼ିରେ ବସିଯାଉଥିଲେ।

ରାତି ସାଢେ ୧୧ଟାରେ ହଠାତ୍ ବର ବସିଥିବା କାର୍ ଆଗରେ ଥିବା ବରଯାତ୍ରୀ ଦଳ ଉପରକୁ ମାଡ଼ିଯାଇଥିଲା। ଗାଡ଼ି ଚାପାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂଙ୍କ ଭାଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ଏଭଳି ଅଘଟଣ ପରେ ବି ଉଭୟ ପକ୍ଷର ସହମତିରେ ବରକନ୍ୟାଙ୍କ ବାହାଘର ସୁଚାରୁ ରୂପେ ସଂପନ୍ନ ହୋଇଥିଲା। ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।  

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme