Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଙ୍ଗୋପସାଗରରେ ଯୋଡ଼ା ବାତ୍ୟା, ଅଶାନ୍ତ ରହିବ ସମୁଦ୍ର

Posted on November 27, 2025

ବଙ୍ଗୋପସାଗରରେ ବାତ୍ୟା ଭୟ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ଏବେ କେନ୍ଦ୍ରୀଭୂତ ହୋଇଛି ଅବପାତ । ଏହା ପରବର୍ତ୍ତୀ ୧୨ ରୁ ୧୮ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରେ ଏହା ଆହୁରି ବଳ ଗୋଟାଇବା ସହ ଅଧିକ ଘନୀଭୂତ ହୋଇ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଶ୍ରୀଲଙ୍ଗା ସଂଲଗ୍ନ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ସୃଷ୍ଟି ପରେ କିଛି ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ।

ପାଣିପାଗ ବିଭାଗର କହିବାନୁସାରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଓ ସଂଲଗ୍ନ ଦକ୍ଷିଣ- ପୂର୍ବ ଶ୍ରୀଲଙ୍କା ଉପରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତରେ ପରିଣତ ହୋଇଛି । ଆଗକୁ ଆହୁରି ବଳ ଗୋଟାଇ ଗଭୀର ଅବପାତ ରୂପ ନେବ। ଏହା ପୁଣି ଘନୀଭୂତ ହୋଇ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଯାଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳକୁ ଯିବ ବୋଲି ଆଇଏମ୍ଡି ଆକଳନ କରିଛି । ଏହା ପ୍ରଭାବରେ ୧ ତାରିଖ ଯାଏ ତାମିଲନାଡୁରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୨୯ ଓ ୩୦ ତାରିଖରେ ଉପକୂଳ ଆନ୍ଧ୍ରପ୍ରଦେଶ ଓ ରାୟଲସୀମାର ବିକ୍ଷିପ୍ତ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି  ଆକଳନ କରିଛି । ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ଉପକୂଳିଆ ଲୋକେ ଛାନିଆ ହେଲେଣି । କାରଣ ବର୍ଷା ଏବଂ ପବନର ସମ୍ଭାବନା ଥିବାରୁ କ୍ଷୟକ୍ଷତି ହେବା ନେଇ ଆଶଙ୍କା ରହିଛି । ବର୍ଷା ହେଲେ ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

ସେହିପରି ଇଣ୍ଡୋନେସିଆ ପାଖାପାଖି ଆଉ ଏକ ବାତ୍ୟା ସୃଷ୍ଟି ହୋଇଛି । ଯାହାର ନାଁ ଦିଆଯାଇଛି ସେନ୍ୟାର । କିନ୍ତୁ ଓଡିଶା ବା ଭାରତରେ ଏହାର ପ୍ରଭାବ ପଡିବ ନାହିଁ । କିଛି ପାଣିପାଗବିତ୍ ଭାରତରେ ଆଦୌ ପ୍ରଭାବ ପଡିବ ନାହିଁ ବୋଲି କହୁଛନ୍ତି । ଏବେ ନିକୋବର ଦ୍ୱୀପପୁଞ୍ଜରୁ ୭୦୦ କିମି ଏବଂ ଇଣ୍ଡୋନେସିଆରୁ ୧୫୦ କିମି ଦୂରରେ ଏହାର ବଳୟ ସୃଷ୍ଟି ହୋଇଛି । କୁହାଯାଉଛି ଯେ, ଇଣ୍ଡୋନେସିଆ ଉପକୂଳରେ ସେନ୍ୟାର ସ୍ଥଳଭାଗ ଛୁଇଁପାରେ । କିନ୍ତୁ ଗୁରୁବାର ରାତି ସୁଦ୍ଧା ଏହା ଦୁର୍ବଳ ହୋଇ ଅବପାତକୁ ଖସିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme