Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରକାଶ ପାଇଲା ଟେଣ୍ଡର, ଦୁଇଟି ପ୍ୟାକେଜରେ ୧୬୦ କିମି ରାସ୍ତା

Posted on November 26, 2025

ବହୁ ପ୍ରତୀକ୍ଷିତ ଉପକୂଳ ରାଜପଥ ପାଇଁ ମଙ୍ଗଳବାର ଟେଣ୍ଡର ପ୍ରକାଶ ପାଇଛି । ଦୁଇଟି ପ୍ୟାକେଜରେ ଟେଣ୍ଡର ଆହ୍ୱାନ କରାଯାଇଛି । ଖୋର୍ଦ୍ଧା ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ପ୍ରସ୍ତାବିତ ୧୬୦ କିଲୋମିଟର ଲମ୍ବ ଏହି ଉପକୂଳ ରାଜପଥ ପାଇଁ ୫୫୦୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ୧୦ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ନିକଟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ପବ୍ଲିକ- ପ୍ରାଇଭେଟ ପାର୍ଟନରସିପ ଆପ୍ରାଇଜଲ କମିଟିରୁ ମଞ୍ଜୁରି ମିଳିଥିଲା । ଏହି ମେଗା ପ୍ରକଳ୍ପ ପାଇଁ ଖର୍ଚ୍ଚ ଆକଳନ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲା ପିପିପିଏସି ।

ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟରୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ସରକାର ପୂରା ଦମରେ ଲାଗି ପଡ଼ିଛନ୍ତି । ଡବଲ୍ ଇଞ୍ଜିନ ସରକାର ଆସିବା ପରେ ଏହି ପ୍ରକଳ୍ପ ଡବଲ୍ ବେଗରେ ଆଗେଇବା ଆଶା ବଢ଼ିଛି । ଏନ୍ଏଚ୍ଏଆଇ ପକ୍ଷରୁ ଦୁଇଟି ପ୍ୟାକେଜରେ ଆଜି ଟେଣ୍ଡର ଜାରି ହୋଇଛି । ପ୍ରକଳ୍ପର ଡିଜାଇନ, ନିର୍ମାଣ ଓ ଅପରେଟ କରିବା ପାଇଁ ଟେଣ୍ଡର ଆହ୍ୱାନ ହୋଇଛି । ପ୍ରଥମ ପ୍ୟାକେଜରେ ଖୋର୍ଦ୍ଧା ରାମେଶ୍ୱର ନିକଟରୁ କୋଣାର୍କ ପର୍ଯ୍ୟନ୍ତ ୭୯ କିଲୋମିଟର ୪ଶହ ମିଟର ୪ ଲେନ୍ ରାସ୍ତା ନିର୍ମାଣ ହେବ । ଆକ୍ସେସ୍ କଣ୍ଟ୍ରୋଲ ଢାଞ୍ଚାରେ ଏହି ରାସ୍ତା ନିର୍ମାଣ ହେବ । ଅର୍ଥାତ୍ ସବୁଠି ମନଇଚ୍ଛା ଗାଡ଼ିମୋଟର ଏହି ଏନ୍ଏଚ୍ ଉପରକୁ ଉଠିପାରିବେ ନାହିଁ । ଏକ ନିୟନ୍ତ୍ରିତ ବ୍ୟବସ୍ଥାରେ ଏହି ଏନ୍ଏଚ୍କୁ ସଂଯୋଗ କରିବାକୁ ବ୍ୟବସ୍ଥା ରହିବ ।

ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୬୪୫ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ସେହିପରି ପ୍ୟାକେଜ-୨ରେ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ୮୦ କିଲୋମିଟର ୭୮୦ ମିଟର ୨ ଲେନ୍ ରାସ୍ତା ନିର୍ମାଣ କରାଯିବ । ଏହି ରାସ୍ତାର ଦୁଇ ପାଶ୍ୱର୍ରେ ପେଭ୍ ସୋଲଡର ରହିବ । ଏଥିପାଇଁ ୧୮୫୫ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଆଗାମୀ ୨୦୨୬ ଜାନୁଆରୀ ୧୪ ପର୍ଯ୍ୟନ୍ତ ଟେଣ୍ଡର ଆବେଦନ କରିହେବ । ଉପକୂଳ ରାଜପଥ ପାଇଁ ଜମି ଅଧିଗ୍ରହଣ ପ୍ରକଳ୍ପ ପୂର୍ବରୁ ଆରମ୍ଭ ହୋଇସାରିଛି । ୨୦୧୫ରେ ଏହି ପ୍ରକଳ୍ପ ଘୋଷଣା ହୋଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme