Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପରକୀୟା ସନ୍ଦେହରୁ ବୀଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀଙ୍କୁ ମାରିଲା ସ୍ବାମୀ

Posted on November 26, 2025

ଜମନକିରା ଥାନା ଅନ୍ତର୍ଗତ ପାଲୋଖମନ୍ ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ମଙ୍ଗଳବାର ରାତି ୭ଟା ୩୦ରେ ଏକ ନିଆଁ ଫୁଁଙ୍କା ଲୁହା ନଳାରେ ସ୍ତ୍ରୀ ମୁଣ୍ଡକୁ ସ୍ଵାମୀ ଜୋର୍ ରେ ବାଡ଼େଇ ହତ୍ୟା କରିଛି। 

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ୭ଟା ୩୦ରେ ସ୍ତ୍ରୀ ମମତା ମାଝୀ ଘର ଭିତରେ ଅନ୍ୟ କାହାକୁ ଏକ ମୋବାଇଲ ଫୋନରେ କଥାବାର୍ତ୍ତା କରୁଥିଲେ। ଘର ବାହାରେ ଥିବା ସ୍ବାମୀ ଶ୍ରୀକର ମମତାଙ୍କୁ ରନ୍ଧାବଢ଼ା କରିବାକୁ କହିଥିଲା। କିନ୍ତୁ ସ୍ତ୍ରୀ ମମତା କିଛି ଶୁଣି ନ ଥିଲେ। ଏହାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଉତ୍ତ୍ୟକ୍ତ ସ୍ଵାମୀ ଶ୍ରୀକର୍ ଘର ଭିତରକୁ ପଶି ଚୂଲି ପାଖରେ ଥିବା ଏକ ନିଆଁ ଫୁଂକା ଲୁହା ନଳାକୁ ଧରି ସ୍ତ୍ରୀ ମମତା ମୁଣ୍ଡରେ ଜୋର୍ ରେ ବାଡ଼େଇ ଦେବାରୁ ଘଟଣା ସ୍ଥଳରେ ହିଁ ମମତା ଟଳି ପଡ଼ିଥିଲେ। କିଛି ସମୟ ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଗତ ରାତିରେ ଏହି ଘଟଣା ଘଟିଥିଲେ ହେଁ ସାହି ପଡ଼ିଶା ଲୋକେ କେହି ଏହା ଜାଣି ପାରି ନ ଥିଲେ। ଆଜି ସକାଳେ ମମତା ଗାଁରେ ଦେଖା ନ ଦେବାରୁ ସ୍ବାମୀ ଶ୍ରୀକରଙ୍କୁ କିଛି ଗାଁ ଲୋକ ପଚାରିଥିଲେ। ରାତିରେ ସ୍ତ୍ରୀଙ୍କୁ ମାରି ଦେଇଥିବା କହିବାରୁ ଘଟଣା ବିଷୟରେ ଜଣାପଡ଼ିଥିଲା।

ଖବର ପାଇ ଆଇଆଇସିଙ୍କ ନେତୃତ୍ୱରେ ପୁଲିସ୍ ଏସଆଇ, ଏଏସଆଇ, କନେଷ୍ଟବଳ ପ୍ରଭୃତି ଘଟଣା ସ୍ଥଳକୁ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିଥିଲେ। ଘଟଣାର ତଦନ୍ତ ପରେ ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରିଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme