ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ତୁରୁଡି ଗାଁର ସମାରୁ ଗଣ୍ଡ । ବସଟି ପ୍ରାୟ…
Category: ରାଜ୍ୟ
ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ କୋର୍ଟ ଚାଲାଣ
ଶୌଚ ହେବାକୁ ଯାଇଥିବା ବେଳେ ପଞ୍ଚମ ଶ୍ରେଣୀର ଶାରୀରିକ ଭିନ୍ନକ୍ଷମ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତ ସୁଶାନ୍ତ ଜେନା କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଏଭଳି ଘଟଣା ଘଟିଛି…
ମୋରମ ବୋଝେଇ ଟ୍ରାକ୍ଟର ଜବତ, ଡ୍ରାଇଭର ଅଟକ
ପୁଲିସ ଟାର୍ଗେଟରେ ମାଫିଆ । ସମସ୍ତଙ୍କୁ ଚକମା ଦେଇ ଗଳା ବାଟରେ ମୋରମ ଚୋରା ଚାଲାଣ କରି ଖସି ଯାଉଥିବା ମାଫିଆଙ୍କୁ ମାଡି ବସିଲା ପୁଲିସ। ୬ଟି ମୋରମ ବୋଝେଇ ଟ୍ରାକ୍ଟର ଜବତ କରି ୬ ଡ୍ରାଇଭରଙ୍କୁ ଅଟକ ରଖିଛି ପୁଲିସ। ଗିରଫ ଡ୍ରାଇଭର ହେଲେ ବୃନ୍ଦାବନ ଟୁଡୁ, ଭାନୁ ପ୍ରତାପ ସିଂ,ବାପୁନ ପାତ୍ର, ଗୁନାରାମ ଟୁଡୁ, ତପୁ…
ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ବୁଧବାର…
ଶ୍ୱଶୁର ଘରେ ନିଆଁ ଲଗାଇଲା ଜ୍ୱାଇଁ
ଶ୍ୱଶୁର ଘରେ ପଶି ପରିବାର ଲୋକଙ୍କୁ ବାହାରୁ ଶିକୁଳି ପକାଇଲା । ପରେ ଘରେ ନିଆଁ ଲଗାଇଲା । ଏଭଳି ଅମାନୁଷିକ କାଣ୍ଡ ଭିଆଇ ଫୋରାର ହେଲା ଜ୍ୱାଇଁ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଜାମୁଦଲକ ପଞ୍ଚାୟତ ମଙ୍ଗଳପୁର ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ମଙ୍ଗଳପୁର ଗାଁର…
ଆଠଗଡ଼ ଅଞ୍ଚଳରେ ଏକ ବିଶାଳ ଅଜଗର ଉଦ୍ଧାର
ମଙ୍ଗଳବାର ଦିନ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏକ ବିଶାଳ ଅଜଗରକୁ ଉଦ୍ଧାର କରାଯାଇଛି । ଆଠଗଡ଼ ଅଞ୍ଚଳର ଖୁଣ୍ଟୁଣୀ ଥାନା ସୀମା ଅନ୍ତର୍ଗତ ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନାର ମୁଖ୍ୟ ଫାଟକ ନିକଟରେ ଏହି ବିଶାଳ ସରୀସୃପକୁ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ,…
ବାଣ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ ଜାରି; ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଦୀପାବଳିରେ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା । ବାଣର ଶଦ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ । ବାଣ ଫୁଟାଇବା ସମୟକୁ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସୀମିତ ରଖାଯାଇଛି । ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ…
କସମେଟିକ୍ ଷ୍ଟୋରରେ ଲାଗିଲା ନିଆଁ, ଜଳିଗଲା କୋଟି କୋଟି ଟଙ୍କାର ସାମଗ୍ରୀ
ବାଲେଶ୍ୱର ଜିଲ୍ଲା ସିନେମା ଛକ ସ୍ଥିତ ବନଜା ବେଙ୍ଗଲ କସମେଟିକ ଷ୍ଟୋରରେ ବୁଧବାର ଭୋରୁ ଲାଗିଲା ନିଆଁ । ଏହି ଆଗ୍ନିକାଣ୍ଡରେ ୩ମହଲା ବିଶିଷ୍ଟ କସମେଟିକ ଷ୍ଟୋରରେ ଥିବା ସମସ୍ତ ସାମଗ୍ରୀ ନିଆଁରେ ପୋଡ଼ିଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି । ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ସିନେମା…
ନୀତି ବହୁଳ ଦିନରେ ଶ୍ରୀବିଗ୍ରହଙ୍କ ଦିବା ପହୁଡ଼
କାର୍ତ୍ତିକ ମାସର ନୀତି ବହୁଳ ଦିନରେ ମଧ୍ୟ ମହାପ୍ରଭୁଙ୍କ ଦିବାପହୁଡ଼ ସମ୍ଭବ ହୋଇଛି । ମଙ୍ଗଳବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ସାଢ଼େ ୪ଟାରେ ଶ୍ରୀବିଗ୍ରହଙ୍କ ଦିବାପହୁଡ଼ ହୋଇଥିଲା । ପ୍ରାୟ ୨ ଘଣ୍ଟା ଠାକୁରଙ୍କ ଦର୍ଶନ…
ବର୍ଷା ଛାଡିବା ପରେ ଶୀତ ଅନୁଭୂତ
ରାଜ୍ୟରୁ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଜାରି ରହିଛି। ଆଜି ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି। ଆସନ୍ତା ୨ ଦିନରେ ସମ୍ପୂର୍ଣ୍ଣ ଓଡ଼ିଶାରୁ ମୌସୁମୀ ଫେରିଯିବାକୁ ପରିବେଶ ଅନୁକୂଳ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, କେବଳ…
