Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କସମେଟିକ୍‌ ଷ୍ଟୋରରେ ଲାଗିଲା ନିଆଁ, ଜଳିଗଲା କୋଟି କୋଟି ଟଙ୍କାର ସାମଗ୍ରୀ

Posted on October 15, 2025

ବାଲେଶ୍ୱର ଜିଲ୍ଲା ସିନେମା ଛକ ସ୍ଥିତ ବନଜା ବେଙ୍ଗଲ କସମେଟିକ ଷ୍ଟୋରରେ ବୁଧବାର ଭୋରୁ ଲାଗିଲା ନିଆଁ । ଏହି ଆଗ୍ନିକାଣ୍ଡରେ ୩ମହଲା ବିଶିଷ୍ଟ କସମେଟିକ ଷ୍ଟୋରରେ ଥିବା ସମସ୍ତ ସାମଗ୍ରୀ ନିଆଁରେ ପୋଡ଼ିଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି ।

ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ସିନେମା ଛକ ସ୍ଥିତ ବନଜା ବେଙ୍ଗଲ ଷ୍ଟୋର ସହରର ପୁରାତନ କସମେଟିକ ଷ୍ଟୋର ଭାବେ ବେଶ ଜଣାଶୁଣା । ବୁଧବାର ଏହି ଦୋକାନରେ ନିଆଁ ଲାଗି ଯାଇଥିଲା। ଫଳରେ ୩ମହଲା ବିଶିଷ୍ଟ ଏହି କସମେଟିକ ଷ୍ଟୋରରେ ସମସ୍ତ ସାମଗ୍ରୀ ନିଆଁରେ ପୋଡ଼ି ଯାଇଥିଲା । ଫଳରେ ଦୋକାନରେ ଥିବା କସମେଟିକ ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କାର ଦାମୀ ଡ୍ରେସ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଏସମ୍ପର୍କରେ ଖବର ପାଇ ବାଲେଶ୍ୱର ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିବା ବେଳେ ଏହି କାର୍ଯ୍ୟରେ ୨୫ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ । ତେବେ କେଉଁ କାରଣକୁ ନେଇ ନିଆଁ ଲାଗିଲା ତାହା ସ୍ପଷ୍ଟ ଭାବେ ଜଣା ପଡିନାହିଁ। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme