ଟାୟାର ଦୋକାନ ଭିତରୁ ଉଦ୍ଧାର ହେଲା ଦୋକାନ ମାଲିକଙ୍କ ମୃତଦେହ । ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହସନପୁର ଟୋଲ ପ୍ଲାଜା ନିକଟରେ ଏକ ଟାୟାର ଦୋକାନ ରହିଛି । ରବିବାର ଏହି ଦୋକାନ ଭିତରୁ ମାଲିକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…
Month: January 2026
ମାତିଛନ୍ତି ପାଣି ମିଟର ଚୋର, ୧୫ ଦିନରେ ଚୋରି ହେଲାଣି ୨୨ ମିଟର
ଭିଏସଏସ ନଗରରେ ମାତିଛନ୍ତି ପାଣି ମିଟର ଚୋର । ପ୍ରତିଦିନ ରାତିରେ ବାହାରେ ଲାଗିଥିବା ନୂଆ ପାଣି ମିଟର କାଟି ନେଉ ଯାଉଛନ୍ତି । ଗତ ୧୫ ଦିନ ଭିତରେ ୨୨ଟି ମିଟର ଚୋରି ହୋଇଗଲାଣି । ସହିଦ ନଗର ଥାନାରେ ଏତଲା ପରେ…
ମା’ ଧାମରଈଙ୍କ ମକର ମେଳା ପୂର୍ବରୁ ବିବାଦ: ଅର୍ଥ ଆତ୍ମସାତ ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ
ଭଦ୍ରକ ଜିଲ୍ଲା ଧାମରାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଧାମରଈଙ୍କ ଆଗାମୀ ମକର ମେଳାକୁ ନେଇ ଏବେ ଅଶାନ୍ତି ଦେଖାଦେଇଛି। ମେଳା ପ୍ରସ୍ତୁତି ସମୟରେ ପରିଚାଳନା କମିଟିର ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ତୀବ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟତଃ ମନ୍ଦିର କମିଟି…
ନ୍ୟୁଜିଲାଣ୍ଡ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଆହତ କାରଣରୁ ବାଦ୍ ପଡ଼ିଲେ ରିଷଭ ପନ୍ତ
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାନୁଆରୀ ୧୧ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଶିବିରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଷ୍ଟାର୍ ୱିକେଟକିପର ବ୍ୟାଟର ରିଷଭ ପନ୍ତ ଆଘାତଜନିତ ସମସ୍ୟା ଯୋଗୁଁ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି। ଶନିବାର…
ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ସରକାର ବିରୋଧୀ ପ୍ରଦର୍ଶନ, ଆନ୍ଦୋଳନ ଦମନ ଲାଗି ସେନାକୁ ନିର୍ଦ୍ଦେଶ
ଇରାନରେ ସରକାର ବିରୋଧୀ ପ୍ରଦର୍ଶନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଏଥିରେ ଏପର୍ଯ୍ୟନ୍ତ ୨୧୭ ଜଣଙ୍କ ମୃତ୍ୟୁ ଘଟିଲାଣି । କେବଳ ରାଜଧାନୀ ତେହେରାନର ୬ଟି ହସ୍ପିଟାଲରେ ୨୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କ ମୃତ୍ୟୁ ଗୁଳି…
ଓଡ଼ିଶା ଆସିବେ ଭାଜପା କାର୍ଯ୍ୟକାରୀ ସଭାପତି ନୀତିନ ନବୀନ
ଖୁବଶୀଘ୍ର ଓଡ଼ିଶା ଆସିବେ ଭାଜପା କାର୍ଯ୍ୟକାରୀ ସଭାପତି ନୀତିନ ନବୀନ। ଏନେଇ ସୂଚନା ଦେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦୀର୍ଘ ସମୟ ରାଷ୍ଟ୍ରୀୟ ସଭାପତିଙ୍କ ସହ ଆଲୋଚନା ହୋଇଥିଲା। ରାଜ୍ୟ ବିଷୟରେ ତାଙ୍କୁ ଅବଗତ କରିଥିଲ। ନିଗମ ବୋର୍ଡ ନେଇ…
ଆମେରିକାରେ ଆଖିବୁଜା ଗୁଳିମାଡ଼, ୬ ମୃତ
ଆମେରିକାର ପୂର୍ବ ମିସିସିପିରେ ଆଖିବୁଜା ଗୁଳିମାଡ । ଫଳରେ ଜଣେ ଶିଶୁ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ମିସିସିପିର ଜଣେ ୨୪ ବର୍ଷୀୟ ଯୁବକ କ୍ରୋଧର ବଶବର୍ତ୍ତୀ ହୋଇ ଏଭଳି ଘଟଣା ଘଟାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି…
ଧାନ ବିକ୍ରି ଅବ୍ୟବସ୍ଥା: ବରଗଡ଼ରେ ଚାଷୀଙ୍କ ରାଜପଥ ଅବରୋଧ, ଆନ୍ଦୋଳନ ତୀବ୍ର ହେବା ନେଇ ଚେତାବନୀ
ବରଗଡ଼ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ଦୁଇ ମାସ ପୂରିବାକୁ ଥିଲେ ମଧ୍ୟ ମଣ୍ଡି ଅବ୍ୟବସ୍ଥା ଦୂର ହେବାର ନାମ ନେଉନାହିଁ। ଧାନ ବିକ୍ରି ପାଇଁ ଅନେକ ଚାଷୀ ଏପର୍ଯ୍ୟନ୍ତ ପଞ୍ଜୀକରଣରୁ ବାଦ୍ ପଡ଼ିଥିବା ବେଳେ ବହୁ ସଂଖ୍ୟକ…
ରାଉରକେଲା ବିମାନ ଦୁର୍ଘଟଣା: ଆଜି ପହଞ୍ଚିବ ତଦନ୍ତକାରୀ ଟିମ୍, ଯାନ୍ତ୍ରିକ ତ୍ରୁଟି ନେଇ ସନ୍ଦେହ
ରାଉରକେଲାରେ ଘଟିଥିବା ବିମାନ ଦୁର୍ଘଟଣା ମାମଲାରେ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (DGCA) ଏବଂ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିବେ। ଗତକାଲି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଆ ଓ୍ବାନ ଏୟାରର…
ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍
ଭୁବନେଶ୍ବର ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍ । ଚୋରା ଦେଶୀ ମଦ ଭାଟି ଉପରେ ବଡ଼ ଧରଣର ରେଡ୍ କରୁଛି ଅବକାରୀ ବିଭାଗ । ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ରେଡରେ ଅବକାରୀ ଥାନା ଅଧିକାରୀ…
