Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାତିଛନ୍ତି ପାଣି ମିଟର ଚୋର, ୧୫ ଦିନରେ ଚୋରି ହେଲାଣି ୨୨ ମିଟର

Posted on January 11, 2026

ଭିଏସଏସ ନଗରରେ ମାତିଛନ୍ତି ପାଣି ମିଟର ଚୋର । ପ୍ରତିଦିନ ରାତିରେ ବାହାରେ ଲାଗିଥିବା ନୂଆ ପାଣି ମିଟର କାଟି ନେଉ ଯାଉଛନ୍ତି । ଗତ ୧୫ ଦିନ ଭିତରେ ୨୨ଟି ମିଟର ଚୋରି ହୋଇଗଲାଣି । ସହିଦ ନଗର ଥାନାରେ ଏତଲା ପରେ ପୁଲିସ ତନାଘନା ଆରମ୍ଭ କରିଛି । ଚୋରି ପଛରେ ନିଶାଖୋରଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି । ୱାଟ୍‌କୋ ପକ୍ଷରୁ ଭିଏସଏସ ନଗରର ବିଭିନ୍ନ ବସ୍ତି ଓ କଲୋନିକୁ ଜଳ ଯୋଗାଣ ପାଇଁ ଘର ବାହାରେ ମିଟର ଲଗାଯାଇଛି । ମିଟର ରିଡିଂ ଅନୁଯାୟୀ ଲୋକେ ମାସିକ ଟଙ୍କା ପୈଠ କରୁଛନ୍ତି। ହେଲେ ଏହି ମିଟର ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ରାତିରେ ଚୋରମାନେ ମିଟର କାଟି ନେଇ ଯାଉଛନ୍ତି । 

ମିଟର ଭିତରେ ୮୦୦ରୁ ୯୦୦ ଗ୍ରାମର ପିତ୍ତଳ ଯନ୍ତ୍ରାଂଶ ରହୁଥିବାରୁ ଚୋରି ପରେ ବିକ୍ରି କରି ଦେଉଛନ୍ତି । ଗତ ୩୧ ତାରିଖରେ ଭିଏସ୍‌ଏସ ନଗର ବାସିନ୍ଦା ସନାତନ କିସ୍କୁଙ୍କ ଘର ବାହାରେ ଲାଗିଥିବା ପାଣି ମିଟର ଭଙ୍ଗା ଅବସ୍ଥାରେ ମିଳିଥିଲା । ତା ପରଦିନ ତାଙ୍କ ପଡ଼ୋଶୀ ବିକାଶ ରାଉତଙ୍କ ମିଟର ମଧ୍ୟ କିଏ ନେଇ ଯାଇଥିଲା । ଘର ବାହାରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ପରେ ଚୋରି ହୋଇଥିବା ଜଣାପଡ଼ିଥିଲା । ପରେ ପରେ ସ୍ଥାନୀୟ ତ୍ରିନାଥ ବସ୍ତିର ସୁଷମା ବଡ଼ପଣ୍ଡା, କମଳି ନାୟକ, ଅନୁପମା ମଲ୍ଲିକ ଓ ସଞ୍ଜୁଲତା ଦାଉରଙ୍କ ମିଟର ମଧ୍ୟ ଚୋରି ହୋଇଥିଲା ।

ୱାଟକୋ ସଂସ୍ଥାକୁ ଜଣାଇବା ପରେ ଥାନାରେ ଏତଲା ଦେଲେ ନୂଆ ମିଟର ମିଳିବ ବୋଲି କୁହାଯାଇଥିଲା । ଚୋରି ହୋଇଥିବା ଲୋକେ ଥାନାରେ ଏତଲା ଦେଇଛନ୍ତି । ତେବେ ସିସିଟିଭିରେ ସ୍ଥାନୀୟ କିଛି ନିଶାଖୋରଙ୍କ ସମ୍ପୃକ୍ତି ମିଳୁଛି । ସେମାନେ ପ୍ରାୟତଃ ଟ୍ରେନ୍‌ କଡ଼ରେ ବୁଲାବୁଲି କରନ୍ତି । ଜରି, ପ୍ଲାଷ୍ଟିକ ଗୋଟାଇ ବିକ୍ରି କରି ନିଶା ଖାଇ ଦିଅନ୍ତି । ସେମାନେ ଏହିସବୁ ମିଟର ଚୋରି କରି କବାଡ଼ିଆ ଦୋକାନରେ ବିକ୍ରି କରୁଛନ୍ତି । ଏନେଇ ସ୍ଥାନୀୟ ବାସିନ୍ଦା ଦୟାନନ୍ଦ ହେମ୍ବ୍ରମ୍‌ କହିଛନ୍ତି ଯେ ପୁଲିସ ପାଟ୍ରୋଲିଂ ଢିଲା ପାଇଁ ଚୋରି ବୃଦ୍ଧି ପାଉଛି । ଶୀତ ଦିନ ପାଇଁ ଲୋକେ ଘର ଭିତରେ ରହୁଛନ୍ତି । ଚୋରମାନେ ଆରାମରେ ଚୋରି କରି ଖସି ଯାଉଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme