Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଉରକେଲା ବିମାନ ଦୁର୍ଘଟଣା: ଆଜି ପହଞ୍ଚିବ ତଦନ୍ତକାରୀ ଟିମ୍, ଯାନ୍ତ୍ରିକ ତ୍ରୁଟି ନେଇ ସନ୍ଦେହ

Posted on January 11, 2026

ରାଉରକେଲାରେ ଘଟିଥିବା ବିମାନ ଦୁର୍ଘଟଣା ମାମଲାରେ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (DGCA) ଏବଂ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିବେ। ଗତକାଲି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଆ ଓ୍ବାନ ଏୟାରର ଏହି ବିମାନଟି ଅଧା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ୨ ଜଣ ପାଇଲଟଙ୍କ ସମେତ ସମୁଦାୟ ୬ ଜଣ ଆହତ ହୋଇଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଇଞ୍ଜିନରେ ସମସ୍ୟା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା ବୋଲି ସନ୍ଦେହ କରାଯାଉଛି।
ଶନିବାର ଅପରାହ୍ନ ପ୍ରାୟ ୧ଟା ୨୦ ମିନିଟରେ ଭିଟି କେଏସଏସ (VT-KSS) ପଞ୍ଜିକୃତ ଏହି ୯ ସିଟ୍ ବିଶିଷ୍ଟ ବିମାନଟି ରାଉରକେଲା ବିମାନବନ୍ଦରଠାରୁ ପ୍ରାୟ ୧୫-୨୦ କିଲୋମିଟର ଦୂରରେ ଥିବା କଂସର ଅଞ୍ଚଳରେ ଜରୁରୀ ଅବତରଣ (Forced Landing) କରିଥିଲା। ପାଇଲଟଙ୍କ ସୂଚନା ମୁତାବକ, ଅଚାନକ ପ୍ରେସର କମିଯିବାରୁ ବିମାନଟି ଭାରସାମ୍ୟ ହରାଇଥିଲା। ବିମାନଟି ଖସିପଡ଼ିବା ପରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା, ଯାହା ଶୁଣି ସ୍ଥାନୀୟ ଲୋକେ ଦଉଡ଼ି ଆସିଥିଲେ। ରଘୁନାଥପାଲି ଓ ଲାଠିକଟା ପୁଲିସ ସହ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସୌଭାଗ୍ୟବଶତଃ ଏଥିରେ କାହାରି ପ୍ରାଣହାନି ଘଟିନାହିଁ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ସମୀକ୍ଷା କରିବା ସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ତଦନ୍ତକାରୀ ଦଳ ବିମାନର ବ୍ଲାକ୍ ବକ୍ସ ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶ ଯାଞ୍ଚ କରି ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବେ। ଘଟଣାସ୍ଥଳକୁ ବର୍ତ୍ତମାନ ପୁଲିସ ଘେରାବନ୍ଦୀ କରି ରଖିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme