Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଧାନ ବିକ୍ରି ଅବ୍ୟବସ୍ଥା: ବରଗଡ଼ରେ ଚାଷୀଙ୍କ ରାଜପଥ ଅବରୋଧ, ଆନ୍ଦୋଳନ ତୀବ୍ର ହେବା ନେଇ ଚେତାବନୀ

Posted on January 11, 2026

ବରଗଡ଼ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ଦୁଇ ମାସ ପୂରିବାକୁ ଥିଲେ ମଧ୍ୟ ମଣ୍ଡି ଅବ୍ୟବସ୍ଥା ଦୂର ହେବାର ନାମ ନେଉନାହିଁ। ଧାନ ବିକ୍ରି ପାଇଁ ଅନେକ ଚାଷୀ ଏପର୍ଯ୍ୟନ୍ତ ପଞ୍ଜୀକରଣରୁ ବାଦ୍ ପଡ଼ିଥିବା ବେଳେ ବହୁ ସଂଖ୍ୟକ ଚାଷୀଙ୍କୁ ଟୋକନ ମିଳିପାରି ନାହିଁ। ଏହା ସହିତ ମଣ୍ଡିରେ ଧାନ ଉଠାଣରେ ବିଳମ୍ବ ଏବଂ ଅହେତୁକ ‘କଟ୍‌ନୀଛଟ୍‌ନୀ’କୁ ନେଇ ଚାଷୀମାନେ ତାତି ଉଠିଛନ୍ତି। ଏହି ସମସ୍ୟାର ପ୍ରତିବାଦରେ ଶନିବାର ‘ଜୟ କିଷାନ ଆନ୍ଦୋଳନ’ ପକ୍ଷରୁ ଅତାବିରା ମଣ୍ଡି ସମ୍ମୁଖ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା।
ଶନିବାର ପୂର୍ବାହ୍ନରେ ଅତାବିରା ମଣ୍ଡି ପରିସରରେ ଆୟୋଜିତ ଏକ ବୈଠକରେ ଚାଷୀ ନେତାମାନେ ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଥିଲେ। ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କହିଛନ୍ତି ଯେ, ମିଲର୍ସମାନଙ୍କ ମନମୁଖୀ କାର୍ଯ୍ୟ ଏବଂ ସରକାରଙ୍କ ଉଦାସୀନତା ଯୋଗୁଁ ଚାଷୀ ଏବେ ନିଜ ଅମଳ ଧାନ ବିକ୍ରି କରିବା ନେଇ ସନ୍ଦେହରେ ରହିଛି। ମିଲର୍ସମାନେ ସରକାରଙ୍କୁ ୧୫ ଦିନର ମହଲତ ଦେଇଥିବାରୁ ଆଗକୁ ଧାନ ସଂଗ୍ରହ ସମ୍ପୂର୍ଣ୍ଣ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି। ଏହି ପରିସ୍ଥିତିରେ ଚାଷୀଙ୍କୁ ନ୍ୟାୟ ନମିଳିଲେ ୨୦୦୧ ମସିହା ଭଳି ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସେ ଆହ୍ୱାନ ଦେଇଛନ୍ତି।
ରାଜପଥ ଅବରୋଧ ସମୟରେ ପୋଲିସ ପ୍ରାୟ ୬୦ ଜଣ ଚାଷୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା ଏବଂ ସନ୍ଧ୍ୟାରେ ସେମାନଙ୍କୁ ଛାଡ଼ିଥିଲା। ଆସନ୍ତା ୭ ଦିନ ମଧ୍ୟରେ ଯଦି ସମସ୍ତ ଚାଷୀଙ୍କୁ ଟୋକନ ପ୍ରଦାନ ଏବଂ ଧାନ କିଣା ପ୍ରକ୍ରିୟା ତ୍ୱରାନ୍ୱିତ କରାନଯାଏ, ତେବେ ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ରୂପ ଧାରଣ କରିବ ବୋଲି ଚାଷୀ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme