ଚାନ୍ଦା ପାଇଁ ଦିବ୍ୟାଙ୍ଗଙ୍କୁ ମାଡ଼ । ଦୋକାନ ଭଙ୍ଗାରୁଜା ସହ ଟଙ୍କା ଲୁଟିନେଇଥିବା ଅଭିଯୋଗ । ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଷଣ୍ଢପୁର ଢାବା ଛକ ନିକଟରେ ଲୁଟ୍ ହୋଇଛି । ରତାଗଡା ଗାଁର ନିରଞ୍ଜନ ନାୟକ ଷଣ୍ଢପୁର ଛକରେ ଦୋକାନ କରିଛନ୍ତି ।…
Month: November 2025
ମହାରାଜପୁରାରେ ଫର୍ଚ୍ୟୁନର–ଟ୍ରାକ୍ଟର ଧକ୍କାରେ ୫ ଜଣଙ୍କ ମୃତ୍ୟୁ
ମଧ୍ୟପ୍ରଦେଶର ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ଅଞ୍ଚଳରେ ତିବ୍ର ଆତଙ୍କ ସୃଷ୍ଟି ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମହାରାଜପୁରା ଅଞ୍ଚଳରେ ଏକ ଅନିୟନ୍ତ୍ରିତ ଫର୍ଚ୍ୟୁନର କାର୍, ବାଲି ବୋଝେଇ ଟ୍ରାକ୍ଟର ଏବଂ ଟ୍ରଲି…
ଟେଷ୍ଟ ମ୍ୟାଚ ମଝିରେ ଆହତ ଗିଲ୍, ମ୍ୟାଚରୁ ବାଦ, ହସ୍ପିଟାଲରେ ଭର୍ତ୍ତି
ଭାରତ–ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଗୁରୁତର ଆହତ ହେବାରୁ ମ୍ୟାଚରୁ ବାଦ ପଡ଼ିଛନ୍ତି । ଦ୍ୱିତୀୟ ଦିନରେ ବ୍ୟାଟିଂ ସମୟରେ ସ୍ୱିପ୍ ସଟ୍ ମାରିବା ପରେ ତାଙ୍କ ବେକରେ ହଠାତ୍ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଫିଜିଓ ପରୀକ୍ଷା…
ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନଖଣ୍ଡ ଅର୍ନ୍ତଗତ ଲାଠିକଟା ବ୍ଲକ ଏରଗେଡା ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଏରଗେଡା ଗ୍ରାମର ମାଙ୍ଗା କୁଜୁର। ସୂଚନା ମୁତାବକ, ମାଙ୍ଗା କୁଜୁର ରବିବାର ସକାଳ ୭ଟାରେ ଶୌଚ ଲାଗି…
ଡ୍ୟୁଟି ବେଳେ ଟଳିପଡ଼ିଲେ ଡାକ୍ତର
ମୃତ୍ୟୁ ଏମିତି ବି ଆସେ । ରୋଗୀ ଦେଖୁ ଦେଖୁ ଡାକ୍ତରଖାନାରେ ନିଜେ ଟଳିପଡ଼ିଲେ ଡାକ୍ତର। ନୀଳଗିରି ଉପଖଣ୍ଡ ହସ୍ପିଟାଲରୁ ଆସିଲା ଅଭାବନୀୟ ଖବର । ଡ୍ୟୁଟି ବେଳେ ହୃତ୍ଘାତର ଶିକାର ହେଲେ ଡାକ୍ତର ତ୍ରିନାଥ ପାଲ୍ । ଯାହାକୁ ନେଇ ଡାକ୍ତରଖାନାରେ ଶୋକର…
ନଭେମ୍ବର ୧୬ ତାରିଖ ଜାତୀୟ ପ୍ରେସ ଦିବସ
ନଭେମ୍ବର ୧୬ ତାରିଖ ଜାତୀୟ ପ୍ରେସ ଦିବସ । ଏହି ଦିନ ଗଣମାଧ୍ୟମର ସ୍ବାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ । ଆଜିର ଦିନରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରଥମ ପ୍ରେସ୍ କମିଶନ ଭାରତରେ ଖବରଦାତାଙ୍କ ସ୍ବାଧୀନତାକୁ…
ଓଡ଼ିଶାର ସବୁ ବନ୍ଦରରେ ରହିବ କୋଷ୍ଟଗାର୍ଡ ବର୍ଥ
ସାମ୍ପ୍ରତିକ ଭୂ-ରାଜନୈତିକ ଓ ସାମରିକ ଘଟଣାକ୍ରମକୁ ଦେଖିଲେ ଉପକୂଳ ଅଞ୍ଚଳ ଓ ବନ୍ଦରଗୁଡ଼ିକର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ହୃଦୟଙ୍ଗମ କରାଯାଇ ଓଡ଼ିଶା ସମେତ ପୂର୍ବ ଭାରତର ଉପକୂଳ ନିରାପତ୍ତା ନିମନ୍ତେ କେତେକ ବର୍ଦ୍ଧିତ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ତଟ ସୁରକ୍ଷା ବାହିନୀ(କୋଷ୍ଟଗାର୍ଡ) ପକ୍ଷରୁ…
ଆରମ୍ଭ ହେବ କ୍ୟାମ୍ପସ କଲିଂ, ମନୋନୀତ ହେବେ ୪ଜଣ କ୍ୟାମ୍ପସ ରାଷ୍ଟ୍ରଦୂତ
ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ବଢ଼ୁଥିବା ଯୌନ ନିର୍ଯାତନା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଚିନ୍ତାପ୍ରକଟ କରିଛନ୍ତି। କ୍ୟାମ୍ପସରେ ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସେମାନେ ଯେପରି ନିର୍ଭୟରେ କ୍ୟାମ୍ପସରେ ଚଳପ୍ରଚଳ କରିପାରିବେ ସେଥିପ୍ରତି ପ୍ରାଥମିକତା ଦେବାକୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ…
ସୋମବାର ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଶ୍ରୀମନ୍ଦିରରେ ଆସନ୍ତା ୧୭ ତାରିଖ ସୋମବାର ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ହେବ । ଏହା ଦଇତାପତି ସେବକଙ୍କ ଗୋଷ୍ଠୀଗତ ସେବା । ଅପରାହ୍ଣରୁ ସନ୍ଧ୍ୟା ସମୟରେ ଏହି ନୀତି ସମ୍ପନ୍ନ ହେବ । ଏହି ଗୁପ୍ତ ନୀତି ସମୟରେ ପ୍ରାୟ ୪ ଘଣ୍ଟା…
ଶୀତୁଆ ସକାଳରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ
ଭୁବନେଶ୍ୱରରେ ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳା । ରବିବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ । ଏଥିରେ ବହୁ କଳାକାର, ବାସ୍ତୁଶାସ୍ତ୍ର ବିଶାରଦ, ଡିଜାଇନର ଓ ସାଂସ୍କୃତିକ…
