Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଓଡ଼ିଶାର ସବୁ ବନ୍ଦରରେ ରହିବ କୋଷ୍ଟଗାର୍ଡ ବର୍ଥ

Posted on November 16, 2025

ସାମ୍ପ୍ରତିକ ଭୂ-ରାଜନୈତିକ ଓ ସାମରିକ ଘଟଣାକ୍ରମକୁ ଦେଖିଲେ ଉପକୂଳ ଅଞ୍ଚଳ ଓ ବନ୍ଦରଗୁଡ଼ିକର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ହୃଦୟଙ୍ଗମ କରାଯାଇ ଓଡ଼ିଶା ସମେତ ପୂର୍ବ ଭାରତର ଉପକୂଳ ନିରାପତ୍ତା ନିମନ୍ତେ କେତେକ ବର୍ଦ୍ଧିତ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ତଟ ସୁରକ୍ଷା ବାହିନୀ(କୋଷ୍ଟଗାର୍ଡ) ପକ୍ଷରୁ ଯୋଜନା କରାଯାଇଛି। ତଦନୁଯାୟୀ ଓଡ଼ିଶାର ସବୁ ବନ୍ଦରରେ କୋଷ୍ଟଗାର୍ଡ ବର୍ଥ ସହିତ ପାଟ୍ରୋଲିଂ ଜାହାଜ ରହିବ। ଗୋପାଳପୁର ବନ୍ଦରରେ ମୁତୟନ ହେବ କୋଷ୍ଟ ଗାର୍ଡ ଶିପ୍‌। ସେହିପରି ପାରାଦୀପ ବନ୍ଦରରେ କୋଷ୍ଟଗାର୍ଡ ଶିପ୍‌ ସଂଖ୍ୟା ବଢ଼ାଯିବ। ଧାମରା ବନ୍ଦରରେ ଏକ ଡ୍ରୋନ୍‌ ୟୁନିଟ୍‌ ରହିବ। ଏନେଇ କୋଷ୍ଟଗାର୍ଡ କମାଣ୍ଡାଣ୍ଟ ଇକବାଲ ସିଂହ ଚୌହ୍ବାନ ଶନିବାର ପାରାଦୀପରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସବୁ ପ୍ରକଳ୍ପ ଓ ସୁରକ୍ଷା ସମ୍ପର୍କରେ କମାଣ୍ଡାଣ୍ଟ ଚୌହ୍ବାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି।

ପାରାଦୀପରେ କୋଷ୍ଟଗାର୍ଡ ଆଞ୍ଚଳିକ ମୁଖ୍ୟାଳୟ (ଉତ୍ତର-ପୂର୍ବ) ଏବଂ କମାଣ୍ଡର ତଟ ସୁରକ୍ଷା ବାହିନୀ (ଓଡ଼ିଶା) ଦ୍ୱାରା ସମନ୍ବିତ ଆଞ୍ଚଳିକ ସ୍ତରୀୟ ସାମୁଦ୍ରିକ ସନ୍ଧାନ ଏବଂ ଉଦ୍ଧାର କର୍ମଶାଳା ସମେତ ସମୁଦ୍ର ଅଭ୍ୟାସ ଶନିବାର କରାଯାଇଥିଲା। ଏଥିରେ ଅଂଶୀଦାର ଏବଂ ଓଡ଼ିଶାର ସମ୍ବଳ ସଂସ୍ଥା ଯଥା ଓସ୍‌ଡମା, ଜିଲା ପ୍ରଶାସନ, ବନ୍ଦର, କଷ୍ଟମ୍ସ, ଭାରତୀୟ ନୌସେନା, ସାମୁଦ୍ରିକ ପୋଲିସ, ଓଡ଼ିଶା ପୋଲିସ, ସିଆଇଏସ୍‌ଏଫ୍‌, ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ ଏବଂ ଜିଲା ଚିକିତ୍ସା ବିଭାଗ ଆଦି ସାମିଲ ହୋଇଥିଲା। କର୍ମଶାଳାରେ ଟେବୁଲ୍‌ ଟପ ଅଭ୍ୟାସ ଅନ୍ତର୍ଭୁକ୍ତ ଥିଲା। ପାରାଦୀପରେ ସମୁଦ୍ର ଅଭ୍ୟାସବେଳେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଏଜେନ୍ସିଗୁଡିକ କିଭଳି ବାସ୍ତବ ସମୟରେ ସାମୂହିକ ଉଦ୍ଧାର କାର୍ଯ୍ୟ, ଚିକିତ୍ସା ଏବଂ ଉଦ୍ଧାର କାର୍ଯ୍ୟ କରିବେ ତାହାର କୌଶଳ ପ୍ରଦର୍ଶନ କରାଯାଇଥିଲା। ଜାହାଜ ମଧ୍ୟରେ ଓଡିଶା କୋଷ୍ଟଗାର୍ଡ ମୁଖ୍ୟ ତଥା ଡିଆଇଜି ସଞ୍ଜୟ ନେଗୀ ସର୍ଚ୍ଚ ଅପରେଶନ ସମ୍ପର୍କରେ ସୂଚନା ଦେଇଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme