ସାମ୍ପ୍ରତିକ ଭୂ-ରାଜନୈତିକ ଓ ସାମରିକ ଘଟଣାକ୍ରମକୁ ଦେଖିଲେ ଉପକୂଳ ଅଞ୍ଚଳ ଓ ବନ୍ଦରଗୁଡ଼ିକର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ହୃଦୟଙ୍ଗମ କରାଯାଇ ଓଡ଼ିଶା ସମେତ ପୂର୍ବ ଭାରତର ଉପକୂଳ ନିରାପତ୍ତା ନିମନ୍ତେ କେତେକ ବର୍ଦ୍ଧିତ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ତଟ ସୁରକ୍ଷା ବାହିନୀ(କୋଷ୍ଟଗାର୍ଡ) ପକ୍ଷରୁ…
Day: November 16, 2025
ଆରମ୍ଭ ହେବ କ୍ୟାମ୍ପସ କଲିଂ, ମନୋନୀତ ହେବେ ୪ଜଣ କ୍ୟାମ୍ପସ ରାଷ୍ଟ୍ରଦୂତ
ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ବଢ଼ୁଥିବା ଯୌନ ନିର୍ଯାତନା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଚିନ୍ତାପ୍ରକଟ କରିଛନ୍ତି। କ୍ୟାମ୍ପସରେ ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସେମାନେ ଯେପରି ନିର୍ଭୟରେ କ୍ୟାମ୍ପସରେ ଚଳପ୍ରଚଳ କରିପାରିବେ ସେଥିପ୍ରତି ପ୍ରାଥମିକତା ଦେବାକୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ…
ସୋମବାର ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଶ୍ରୀମନ୍ଦିରରେ ଆସନ୍ତା ୧୭ ତାରିଖ ସୋମବାର ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ହେବ । ଏହା ଦଇତାପତି ସେବକଙ୍କ ଗୋଷ୍ଠୀଗତ ସେବା । ଅପରାହ୍ଣରୁ ସନ୍ଧ୍ୟା ସମୟରେ ଏହି ନୀତି ସମ୍ପନ୍ନ ହେବ । ଏହି ଗୁପ୍ତ ନୀତି ସମୟରେ ପ୍ରାୟ ୪ ଘଣ୍ଟା…
ଶୀତୁଆ ସକାଳରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ
ଭୁବନେଶ୍ୱରରେ ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳା । ରବିବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ । ଏଥିରେ ବହୁ କଳାକାର, ବାସ୍ତୁଶାସ୍ତ୍ର ବିଶାରଦ, ଡିଜାଇନର ଓ ସାଂସ୍କୃତିକ…
ପୁତ୍ରସନ୍ତାନ ଜନ୍ମ ହେଲାନି ବୋଲି ପତ୍ନୀଙ୍କୁ ଘରୁ ତଡ଼ିଦେଲେ
ଏବେ ବି ବଞ୍ଚି ରହିଛି ମଧ୍ୟଯୁଗୀୟ ମାନସିକତା। ଅଲୋଡ଼ା ହୋଇଯାଉଛି କନ୍ୟାସନ୍ତାନ। ଢେଙ୍କାନାଳଜିଲ୍ଲା ଭୁବନ ଅଞ୍ଚଳର ଜଣେ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ନ ହେବାରୁ ତାଙ୍କ ସ୍ବାମୀ ମାଡ଼ମାରି ଘରୁ ତଡ଼ି ଦେଇଛନ୍ତି। ମହିଳା ଜଣକ ନିଜର ୫ଝିଅ ସହ ଭୁବନ ଡାକ୍ତରଖାନା…
ନିଜ ନିଷ୍ପତ୍ତିରୁ ୟୁ-ଟର୍ଣ୍ଣ ମାରିଲେ ଆମେରିକା ରାଷ୍ଟ୍ରପତି, ଅନେକ ସାମଗ୍ରୀରୁ ଟାରିଫ୍ ହ୍ରାସ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ନିଜ ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ମାରିଛନ୍ତି । ଟ୍ରମ୍ପ ଦୈନିକ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିଛନ୍ତି । ଆମେରିକାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆକାଶଛୁଆଁ ହୋଇଥିବା ବେଳେ ଆମେରିକା ଏହି ନିଷ୍ପତ୍ତି ନେଇଛି । ବର୍ତ୍ତମାନ…
ପୁଟିନ୍ଙ୍କ ଭାରତ ଗସ୍ତ ତାରିଖ ଫାଇନାଲ୍; ପ୍ରତିରକ୍ଷା-ତେଲ ଉପରେ ହେବ ଚର୍ଚ୍ଚା
ସୋମବାର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ମସ୍କୋ ଗସ୍ତ କରିବେ । ଅଧିକାରୀକ ଭାବରେ ସଂଘାଇ ସହଯୋଗ ସଂଗଠନ ବୈଠକରେ ସାମିଲ ହେବେ । ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ ସହ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଭାରତ ଯାତ୍ରାକୁ ଯୋଡ଼ା ଯାଉଛି । ଡିସେମ୍ବର…
ସୁକମା ଜିଲ୍ଲାରେ ଏନକାଉଣ୍ଟର, ୩ ମାଓବାଦୀ ନିପାତ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଏନକାଉଣ୍ଟର। ଚିନ୍ତାଗୁମ୍ଫା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ। ମୃତକଙ୍କ ମଧ୍ୟରେ ହାର୍ଡକୋର ମାଓବାଦୀ ଥିବା ନେଇ ସୂଚନା ମିଳିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ସର୍ଚ୍ଚ ଅପରେସନ୍…
ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩ ବଖରା ଘର, ଲକ୍ଷାଧିକ ଟଙ୍କା
ଶନିବାର ବିଳମ୍ୱିତ ରାତିରେ ଖଲ୍ଲିକୋଟ ଧରାକୋଟ ସାହିରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆଁ ଲାଗି ଜଳିଗଲା ୩ ବଖରା ଘର । ଘରର ସମସ୍ତ ଆସବାବପତ୍ର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୮ ଲକ୍ଷ ଟଙ୍କା ପୋଡ଼ି ପାଉଁଶ । ନିଆଁକୁ ଆୟତ୍ତ…
ଆଭ୍ୟନ୍ତରୀଣ ଓ ଦକ୍ଷିଣରେ ହାଡ଼ଭଙ୍ଗା ଶୀତ, ୩ ଜିଲ୍ଲାକୁ ଥଣ୍ଡା ନେଇ ଆଲର୍ଟ
ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ । ରବିବାର ରାତିରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳରେ ଶୀତ ଲହରୀ ବହିପାରେ । ପାଣିପାଗ ବିଭାଗ ଶୀତକୁ ନେଇ ଏହି…

