ନଭେମ୍ବର ୨ରୁ ପଞ୍ଚୁକ। କାର୍ତ୍ତିକ ପଞ୍ଚୁକରେ ପୁରୀ ଶ୍ରୀମନ୍ଦିରରେ ହେବ ଲକ୍ଷାଧିକ ଭକ୍ତଙ୍କ ଭିଡ଼। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ନେଇ ବୈଠକରେ ହୋଇଛି ଆଲୋଚନା। ପଞ୍ଚକ ସମୟରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଦିବ୍ୟ ବେଶ ଦେଖିବାକୁ ରାଜ୍ଯ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିବ। ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାରେ ଦର୍ଶନ କରି ଭଲ ଅନୁଭୂତି ନେଇ ଫେରିବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ବଡ଼ଦାଣ୍ଡରେ ସ୍ୱତନ୍ତ୍ର ବାରିକେଡ ଆରମ୍ଭ ହୋଇଛି। ଭକ୍ତଙ୍କ ପାଇଁ ପାନୀୟ ଜଳ, ଫ୍ୟାନ ଏବଂ ସୂଚନା କେନ୍ଦ୍ରର ବ୍ୟାପକ ବ୍ୟବସ୍ଥା କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା ।
Day: October 28, 2025
ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
ରେଳ ଧାରଣାରୁ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର। ବାଙ୍ଗିରିପୋଷି ଥାନା ବୁଢାମାରା ରେଳ ଷ୍ଟେସନ ନିକଟରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବାରିପଦା ଆରପିଏଫ ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ,…
ଭୀଷଣ ହେଲା ମୋନ୍ଥା, ୧୫ କିମି ବେଗରେ ସ୍ଥଳଭାଗ ମୁହାଁ
ଭୀଷଣ ହେଲା ମୋନ୍ଥା। ଘୂ ଘୂ ପବନ ସାଙ୍ଗକୁ ଗର୍ଜନ କଲାଣି ସମୁଦ୍ର। ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନର ରୂପ ନେଲା ବାତ୍ୟା। ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ମୋନ୍ଥା। ମଛଲିପଟ୍ଟନମ ଠାରୁ ଏହା ୧୯୦…
ସନ୍ଧ୍ୟାରୁ ପ୍ରବଳ ବର୍ଷା ଓ ପବନ ସମ୍ଭାବନା,ରାତିରେ ହେବ ଲ୍ୟାଣ୍ଡଫଲ୍
ବାତ୍ୟା ‘ମୋନ୍ଥା’ ମଙ୍ଗଳବାର ରାତି ୧୦ଟା ପାଖାପାଖି ଆନ୍ଧ୍ର ଉପକୂଳ ଛୁଇଁବ । ଭୀଷଣ ବାତ୍ୟା ରୂପରେ କାକିନାଡ଼ାର ସାମାନ୍ୟ ଉତ୍ତରରେ କୋନାପାପାପେଟା ନିକଟରେ କରିବ ଲ୍ୟାଣ୍ଡଫଲ୍ । ସେତେବେଳେ ସେଠାରେ ପବନ ବହୁଥିବ ୯୦-୧୦୦ କିଲୋମିଟର ବେଗରେ । ଲ୍ୟାଣ୍ଡ ଫଲ୍ ପରେ ଦ୍ରୁତ ଗତିରେ…
