ମହଙ୍ଗା ପଡ଼ିଲା ପୁଲିସକୁ ଆକ୍ରମଣ । ଗୋପ ଥାନା ସବ୍ ଇନ୍ସପେକ୍ଟର ବୁଲୁ ସେଠୀଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି । ଉଭୟଙ୍କୁ ଥାନାରେ ଅଟକ ରଖି ଜେରା କରୁଛି । ସୂଚନା ମୁତାବକ, ମଙ୍ଗଳବାର ରାତିରେ ଗୋପ…
Day: October 8, 2025
ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା କୃଷ୍ଣପାଲି ଛକ ନିକଟରେ ବାଇକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ କୃଷ୍ଣପାଲି ଗ୍ରାମର ପ୍ରଫୁଲ୍ଲ ବେହେରା (୫୮ ବର୍ଷ) l ଏହି ଦୁର୍ଘଟଣାରେ ବାଇକ୍ରେ ବସିଥିବା ଗଙ୍ଗା ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ତିଳେଶ୍ୱର ଗ୍ରାମରୁ ନିଜ ଗାଁକୁ ଫେରୁଥିଲେ ପ୍ରଫୁଲ୍ଲ ବେହେରା । ଏହି ସମୟରେ ହଠାତ ଏକ ବାଇକ୍କୁ ପଛରୁ ଧକ୍କା ଦେଇଥିଲା l ଫଳରେ ପ୍ରଫୁଲ୍ଲ ଦୂରକୁ ଛିଟିକି ହୋଇ ପଡ଼ିଥିଲେ l ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା l ପରିବାର ଲୋକେ ଉଦ୍ଧାର କରି ବୌଦ୍ଧ ମେଡିକାଲକୁ ନେଇଥିଲେ l ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l ବାଇକ୍ରେ ବସିଥିବା ଗଙ୍ଗା ନାମକ ଯୁବକ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି l ଏନେଇ ପୁଲିସ ନିକଟରେ ଏପଯ୍ୟନ୍ତ ମାମଲା ହୋଇନଥିବା କୁହାଯାଇଛି ।
୧୦ରେ ପୁଣି ଘୂର୍ଣ୍ଣିବଳୟ, ୧୪ରୁ ଶୁଖିଲା ପାଗ
ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୋମବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୯ ତାରିଖ ଯାଏ ଏହା ସକ୍ରିୟ ରହିବ । ବୁଧବାର କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳଠାରୁ ଦୂରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୦…

