Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା, ପ୍ରେମିକାକୁ ପାଇବା ପାଇଁ….

Posted on December 22, 2025

ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ଉକ୍ତ ଶ୍ମଶାନ ନିକଟରେ ଓଷକଣା ପଞ୍ଚାୟତର ଗୋଟିଏ ପରିବାରର ୨ ଭାଇ ଭଉଣୀଙ୍କ ଫଟୋଚିତ୍ରରେ ରକ୍ତ ଓ ସିନ୍ଦୂର ଲଗାଯାଇଛି। ୨ଟି କଣ୍ଢେଇ କରି ସେଥିରେ ମଙ୍ଗଳସୂତ୍ର ପିନ୍ଧାଯାଇଛି। ଏପରିକି ସେଠାରେ ନାଲି ଶଙ୍ଖା ସିନ୍ଦୂର ସହ ମାଟିହାଣ୍ଡି ପଡ଼ିଥିବା ବେଳେ ଏକ ମୃତ ଦେଶୀ କୁକୁଡ଼ା ମଧ୍ୟ ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଅପଣ୍ଡରା ପଞ୍ଚାୟତର ଜଣେ ବିବାହିତ ଯୁବକ ଭୁବନେଶ୍ୱରରେ ରୁହନ୍ତି। ସେ ଫଟୋଥିବା ଯୁବତୀଙ୍କୁ ଭୁବନେଶ୍ୱରରେ ରଖି ପାଠ ପଢ଼ାଉଥିଲେ। ତାଙ୍କୁ ନିଜର ଭାବି ତାଙ୍କ ନାମରେ ଭୁବନେଶ୍ୱରରେ ପ୍ଲଟ ଓ ଗାଡ଼ି ମୋଟର କିଣିଥିଲେ। ମାତ୍ର ଯୁବତୀ ଜଣକ ଗତ କିଛି ଦିନ ହେବ ସମ୍ପୃକ୍ତ ଯୁବକଙ୍କୁ ଧରାଛୁଆଁ ଦେଉନାହାନ୍ତି। ତେଣୁ ପ୍ରେମିକାଙ୍କୁ ଆପଣାଇବା ପାଇଁ ସମ୍ପୃକ୍ତ ଯୁବକ ତନ୍ତ୍ରବିଦ୍ୟାର ସହାୟତା ନେଉଥିବା ନେଇ ଚର୍ଚ୍ଚା ହେଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ
  • ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ
  • ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା…
  • ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,500)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme