Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Posted on January 17, 2026

ସାଉଦି ଆରବର ସରକାରୀ ଖଣି କମ୍ପାନି ମାଦେନ୍ ଦାବି କରିଛି, ରାଜ୍ୟର ୪ ଭିନ୍ନ ଭିନ୍ନ ସ୍ଥାନରେ ଏହା ସୁନାର ବଡ଼ ଖଣି ଠାବ କରିଛି । ଏହି ଆବିଷ୍କାର ପରେ ସାଉଦି ଆରବର ସୁନା ଭଣ୍ଡାରରେ ପ୍ରାୟ ୨.୨୧ ଲକ୍ଷ କିଲୋ ସୁନା ଯୋଡ଼ି ହୋଇଛି । ଆଧୁନିକ ଖନନ ଇତିହାସରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବଡ଼ ସ୍ରୋତ । ଗତ ୧୨ ତାରିଖରେ ଏହି ଆବିଷ୍କାର ବିଷୟରେ ମାଦେନ୍ ସୂଚନା ଦେଇ କହିଥିଲା, ଏହି ଖନନ କାର୍ଯ୍ୟକ୍ରମ ଗୋଟିଏ କ୍ଷେତ୍ରାଧିକାର ମଧ୍ୟରେ ପରିଚାଳିତ ଅନ୍ୟତମ ସର୍ବବୃହତ ଖନନ ପ୍ରୟାସ ଥିଲା । କମ୍ପାନି ଅନୁସାରେ, ସୁନା ଖଣି ମକ୍କା ଓ ରିୟାଦ ଆଖପାଖ ଅଞ୍ଚଳରେ ମିଳିଛି ।

ୱାଦୀ ଅଲ୍ ଜାରେ ସବୁଠୁ ବଡ଼ ସୁନା ଭଣ୍ଡାର ମିଳିଛି, ଯାହା ପ୍ରାୟ ୧ ଲକ୍ଷ ୭ ହଜାର ୭୨୮ କିଲୋ । ମଂସୁରାୟ ମସରାରାରେ ସ୍ଥିତ ଖଣି ନିକଟରେ ୮୫ ହଜାର ୪୮ କିଲୋ ସୁନା ମିଳିଛି । ଉରୁକ ଓ ଉମ୍ମ ଅଲ୍ ସଲାମ୍, ଏହି ଦୁଇ ସ୍ଥାନରେ ପ୍ରାୟ ୪୭ ହଜାର ୩୪୩ କିଲୋ ସୁନା ମିଳିଛି । ଅନ୍ୱେଷଣ ସମୟରେ ଯେଉଁ ନମୁନା ମିଳିଛି, ସେଥିରେ ସୁନାର ମାତ୍ରା ବହୁତ ଅଧିକ । ୧ ଟନ୍ ପଥର/ମାଟିରେ ୧୦ରୁ ୨୦ ଗ୍ରାମ୍ ସୁନା ମିଳୁଛି । ଅନ୍ତର୍ଜାତୀୟ ବଜାରରେ ଏହି ନୂଆ ଭଣ୍ଡାରର ମୂଲ୍ୟ ଅରବ ଡଲାର ଆକଳନ କରାଯାଉଛି । ସାଉଦି ସରକାର ଭିଜନ୍-୨୦୩୦ ଅନ୍ତର୍ଗତ ତୈଳ ଉପରେ ନିର୍ଭରଶୀଳତାକୁ ହଟାଇ ଖନନ ଦିଗରେ ବଢ଼ାଇବାକୁ ଚାହୁଁଛନ୍ତି । ମଦେନ୍ ଅନୁସାରେ, ଏହା ଆରମ୍ଭ ମାତ୍ର । ଖନନ ଏବେ ବି ଜାରି ରହିଛି ଏବଂ ଆହୁରି ଅଧିକ ସୁନା ଭଣ୍ଡାର ମିଳିବାର ଆଶା ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme