Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା…

Posted on January 17, 2026

ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା । ଚଳିତ ଶୀତ ଋତୁରେ ଆସିଥିବା ବିଦେଶୀ ପକ୍ଷୀଙ୍କ ଗଣନା କରାଯିବ । ଏଥିପାଇଁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଜଳଭଣ୍ଡାର ଓ ଆଖପାଖରେ ଥିବା ଜଳାଶୟ ସହିତ ଜଙ୍ଗଲକୁ ୨୧ଟି ସେକ୍ସନ କରାଯାଇଛି ।

ଏଥିରେ ୩୨ ଜଣ ପକ୍ଷୀ ବିଶେଷଜ୍ଞ, ୩୮ ଜଣ କ୍ଷେତ୍ରସ୍ଥଳର ଅଧିକାରୀ ଏବଂ କର୍ମଚାରୀ ସାମିଲ ହେବେ ବୋଲି କହିଛନ୍ତି ଡିଏଫଓ ଅଂଶୁପ୍ରଜ୍ଞା ଦାସ । ନଭେମ୍ବର ମାସରୁ ହୀରାକୁଦକୁ ହଜାର ହଜାର ପକ୍ଷୀ ଆସିଥାନ୍ତି । ପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ । ହୀରାକୁଦରେ ଭାରତର ଇଗ୍ରେଟସ, ହେରନ୍ତି, କର୍ମୋମୋରା, ଲାଫଷ୍ଟିଙ୍ଗ ପ୍ରଭୃତି ପ୍ରଜାତିର ପକ୍ଷୀ ଆସନ୍ତି ।

ଶୀତ ଋତୁରେ ଆସୁଥିବା ପରିବ୍ରାଜକ ପକ୍ଷୀଙ୍କ ମଧ୍ୟରେ ଋଷର ସାଇବେରିଆ, କେନ୍ଦ୍ରୀୟ ଏସିଆର ପିଣ୍ଟଲ, ସୋଭଲର, ଟିଲ, ପୋଚାର୍ଡ, ମଙ୍ଗୋଲିଆ ଆଦି ପ୍ରଜାତିର ପକ୍ଷୀ ରହିଛନ୍ତି । ଗତବର୍ଷ ହୀରାକୁଦକୁ ରେକର୍ଡ ୧୨୨ ପ୍ରଜାତିର ୩ ଲକ୍ଷ ୭୭ ହଜାର ୭୩୨ ପକ୍ଷୀ ଆସିଥିଲେ । ଏଥର ପକ୍ଷୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme