Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶନିବାର ସର୍ବନିମ୍ନ ତାପମାତ୍ରା

Posted on November 5, 2025

ଦୁଇ ଦିନ ହେଲା ରାଜ୍ୟରେ ରାତିର ତାପମାତ୍ରା ଖସୁଛି । ରବିବାର ରାତିର ତାପମାତ୍ରାଠୁ ସୋମବାର ରାତି ତାପମାତ୍ରା ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ କମିଛି । ଶୀତ ମଧ୍ୟ ଅନୁଭୂତ ହେଲାଣି । ଆଗକୁ ଆହୁରି କମିବାର ସମ୍ଭାବନା ରହିଛି । ମଙ୍ଗଳବାର ରାତିରେ ୧ ଡିଗ୍ରୀ ତାପମାତ୍ରା ଖସିଥିବା ବେଳେ  ବୁଧବାର ତାପମାତ୍ରା ୨ ଡିଗ୍ରୀ ବଢ଼ିବ । କିନ୍ତୁ ଆସନ୍ତା ୭ ତାରିଖରୁ ପୁଣି ଶୀତ ବଢ଼ିବ । ୮ ତାରିଖରେ କନ୍ଧମାଳର ଅନେକ ଅଞ୍ଚଳରେ ତାପମାତ୍ରା ୧୩ ଡିଗ୍ରୀକୁ ଖସିବାର ସମ୍ଭାବନା ରହିଛି । ରାଉରକେଲାରେ ୧୪ ଡିଗ୍ରୀ, ସମ୍ବଲପୁରରେ ୧୬ ଡିଗ୍ରୀ, ଗଜପତିରେ ୧୫ ଡିଗ୍ରୀ ରାତି ତାପମାତ୍ରା ହେବ । ଉପକୂଳ ଓଡ଼ିଶାରେ ବି ଶୀତ ବଢ଼ିବ ବୋଲି କୃଷି ପାଣିପାଗ ବିଶାରଦ ଡ. ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଗତ ଦୁଇ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ କମିବ। କିନ୍ତୁ ଆଗାମୀ ୬ରୁ ୭ ଦିନ ଯାଏ ରାଜ୍ୟର ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ଭୁବନେଶ୍ୱରର ଆଗାମୀ ୨୪ ଘଣ୍ଟା ଯାଏ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ରହିବ । ଆକାଶ ଆଶିଂକ ଭାବେ ମେଘୁଆ ରହିବ । ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ତାପମାତ୍ରା ସ୍ୱାଭାବିକ ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ସ୍ୱଭାବିକ ରହିବ । ରବିବାର ଦାରିଙ୍ଗବାଡ଼ିର ରାତିର ତାପମାତ୍ରା ୧୮ ଡିଗ୍ରୀ ଥିବା ବେଳେ ସୋମବାର ଏହା ୩ ଡିଗ୍ରୀ ଖସି ୧୫ ଡିଗ୍ରୀ ହୋଇଛି । ସେହିପରି ଫୁଲବାଣୀର ତାପମାତ୍ରା ୧୮.୫ ଡିଗ୍ରୀରୁ ଖସି ସୋମବାର ୧୫ ଡିଗ୍ରୀ ହୋଇଛି । କୋରାପୁଟର ତାପମାତ୍ରା ୧୬ ଡିଗ୍ରୀ ଥିବା ବେଳେ ଏହାର ୧୫.୪ ଡିଗ୍ରୀ ହୋଇଛି । ରାଜ୍ୟର ୯ଟି ସ୍ଥାନର ସୋମବାର ରାତିର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଟ୍ରକ୍ ଚାଳକକୁ ଛୁରାମାଡ଼, ଟଙ୍କା ଓ ମୋବାଇଲ ଲୁଟ୍
  • ଡାକଘରୁ ଚୋରି, ଲକର ଭାଙ୍ଗି ପ୍ରାୟ ୩୦ ଲକ୍ଷ ଟଙ୍କାର ଲୁଟ୍
  • ବାହାଘର ଅଧାରୁ ତଡ଼ା ଖାଇଲେ ବର-କନ୍ୟା
  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (908)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme