Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶନିବାର ସର୍ବନିମ୍ନ ତାପମାତ୍ରା

Posted on November 5, 2025

ଦୁଇ ଦିନ ହେଲା ରାଜ୍ୟରେ ରାତିର ତାପମାତ୍ରା ଖସୁଛି । ରବିବାର ରାତିର ତାପମାତ୍ରାଠୁ ସୋମବାର ରାତି ତାପମାତ୍ରା ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ କମିଛି । ଶୀତ ମଧ୍ୟ ଅନୁଭୂତ ହେଲାଣି । ଆଗକୁ ଆହୁରି କମିବାର ସମ୍ଭାବନା ରହିଛି । ମଙ୍ଗଳବାର ରାତିରେ ୧ ଡିଗ୍ରୀ ତାପମାତ୍ରା ଖସିଥିବା ବେଳେ  ବୁଧବାର ତାପମାତ୍ରା ୨ ଡିଗ୍ରୀ ବଢ଼ିବ । କିନ୍ତୁ ଆସନ୍ତା ୭ ତାରିଖରୁ ପୁଣି ଶୀତ ବଢ଼ିବ । ୮ ତାରିଖରେ କନ୍ଧମାଳର ଅନେକ ଅଞ୍ଚଳରେ ତାପମାତ୍ରା ୧୩ ଡିଗ୍ରୀକୁ ଖସିବାର ସମ୍ଭାବନା ରହିଛି । ରାଉରକେଲାରେ ୧୪ ଡିଗ୍ରୀ, ସମ୍ବଲପୁରରେ ୧୬ ଡିଗ୍ରୀ, ଗଜପତିରେ ୧୫ ଡିଗ୍ରୀ ରାତି ତାପମାତ୍ରା ହେବ । ଉପକୂଳ ଓଡ଼ିଶାରେ ବି ଶୀତ ବଢ଼ିବ ବୋଲି କୃଷି ପାଣିପାଗ ବିଶାରଦ ଡ. ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଗତ ଦୁଇ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ କମିବ। କିନ୍ତୁ ଆଗାମୀ ୬ରୁ ୭ ଦିନ ଯାଏ ରାଜ୍ୟର ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ଭୁବନେଶ୍ୱରର ଆଗାମୀ ୨୪ ଘଣ୍ଟା ଯାଏ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ରହିବ । ଆକାଶ ଆଶିଂକ ଭାବେ ମେଘୁଆ ରହିବ । ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ତାପମାତ୍ରା ସ୍ୱାଭାବିକ ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ସ୍ୱଭାବିକ ରହିବ । ରବିବାର ଦାରିଙ୍ଗବାଡ଼ିର ରାତିର ତାପମାତ୍ରା ୧୮ ଡିଗ୍ରୀ ଥିବା ବେଳେ ସୋମବାର ଏହା ୩ ଡିଗ୍ରୀ ଖସି ୧୫ ଡିଗ୍ରୀ ହୋଇଛି । ସେହିପରି ଫୁଲବାଣୀର ତାପମାତ୍ରା ୧୮.୫ ଡିଗ୍ରୀରୁ ଖସି ସୋମବାର ୧୫ ଡିଗ୍ରୀ ହୋଇଛି । କୋରାପୁଟର ତାପମାତ୍ରା ୧୬ ଡିଗ୍ରୀ ଥିବା ବେଳେ ଏହାର ୧୫.୪ ଡିଗ୍ରୀ ହୋଇଛି । ରାଜ୍ୟର ୯ଟି ସ୍ଥାନର ସୋମବାର ରାତିର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme