
ଭୁବନେଶ୍ୱରର ପ୍ରସିଦ୍ଧ ନିର୍ମାଣ ସଂସ୍ଥା ଉତ୍କଳ ବିଲ୍ଡର୍ସ ଉପରେ ଆୟକର ବିଭାଗ ମେଗା ରେଡ୍ ଚାଲାଇଛି । ଆୟକର ଠକେଇ ଅଭିଯୋଗରେ ଏହି ଚଢାଉ ହୋଇଥିବା ବେଳେ, ରାଜଧାନୀର ବିଭିନ୍ନ ସ୍ଥାନରେ ଏକାସାଥିରେ ଅଭିଯାନ ଚାଲିଛି ।
ସୁତ୍ର ଅନୁସାରେ, ଏହି ରେଡ୍ରେ ଶତାଧିକ ଆୟକର ଅଧିକାରୀ ୨୦ଟି ଟିମରେ ବିଭକ୍ତ ହୋଇ ଅଭିଯାନ ଚାଲାଇଛନ୍ତି । ମହର୍ଷି କଲେଜ ରୋଡ୍ ସ୍ଥିତ ଉତ୍କଳ ବିଲ୍ଡର୍ସର ମୁଖ୍ୟ କାର୍ଯ୍ୟାଳୟରେ ବି ରେଡ୍ ଚାଲିଛି ବୋଲି ଜଣାପଡ଼ିଛି ।
ଏହି ରେଡ୍ ସମୟରେ ଆର୍ଥିକ ତଥ୍ୟ, ଡକ୍ୟୁମେଣ୍ଟ ଓ ଆୟକର ରେକର୍ଡ ଯାଞ୍ଚ କରାଯାଉଛି । ଅଭିଯାନ ଚାଲିଥିବାରୁ ଅଧିକ ବିବରଣୀ ଆସିବାକୁ ବାକି ଅଛି ।
ଚଢାଉ ଜାରି ରହିଥିବାରୁ ସମଗ୍ର ଅଭିଯାନ ଉପରେ ଆୟକର ବିଭାଗ କଟକଟି ନଜର ରଖିଛି ।

