Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାହାଘର ଅଧାରୁ ତଡ଼ା ଖାଇଲେ ବର-କନ୍ୟା

Posted on December 1, 2025

ବାହାଘର ବେଦିରେ ବସିଥିଲେ ବର-କନ୍ୟା। ମନ୍ତ୍ର ପଢ଼ୁଥିଲେ ପୁରୋହିତ। ହାତଗଣ୍ଠି ବି ପଡ଼ି ସାରିଥିଲା । କିଛି ସମୟ ପରେ ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲିଥାନ୍ତେ ବରକନ୍ୟା । ହଠାତ୍ ବିବାହ ବେଦିକୁ ମାଡ଼ି ଆସିଲେ ମଣ୍ଡପ କର୍ତ୍ତୃପକ୍ଷ । କନ୍ୟା ପକ୍ଷକୁ କହିଲେ, ବାହାଘର ପାଇଁ ଯେତିକି ସମୟ ନେଇଥିଲ… ସରିଗଲା… ଏତିକିରେ ବନ୍ଦ କର । ଏଠି ଅନ୍ୟ ଜଣେ ନବଦମ୍ପତିଙ୍କ ବିବାହ ଭୋଜି ଅଛି । ଜଲ୍ଦି ମଣ୍ଡପ ଖାଲି କର । ବର-କନ୍ୟା ପକ୍ଷ ଏହାକୁ ବିରୋଧ କଲେ । ମାତ୍ର ଅଧ ଘଣ୍ଟା ଅପେକ୍ଷା କରିବାକୁ ନେହୁରା ହେଲେ । ମଣ୍ଡପ କର୍ତ୍ତୃପକ୍ଷ କିନ୍ତୁ ନଛୋଡ଼ବନ୍ଧା । ମଣ୍ଡପ ଖାଲି କରିବା ଜିଦରେ ଅଟଳ ରହିଲେ । ବିବାହ ସାମଗ୍ରୀ ମଣ୍ଡପ ବାହାରକୁ ଫିଙ୍ଗିଦେବାକୁ ଧମକ ବି ଦେଲେ । ଉଭୟ ପକ୍ଷ ଭିତରେ ଢ଼େର୍ ସମୟ ଧରି ଯୁକ୍ତିତର୍କ ଚାଲିଲା । ମଣ୍ଡପ କର୍ତ୍ତୃପକ୍ଷଙ୍କ ନାଲିଆଖି ଆଗରେ ଶେଷରେ ମୁଣ୍ଡ ନୁଆଇଲେ ବର-କନ୍ୟା ପକ୍ଷ । ଅଧା ମନ୍ତ୍ରପଢ଼ାରେ ସରିଗଲା ବାହାଘର । ଭରତପୁର ଥାନା ଅଧୀନ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଥିବା ଭୁବନେଶ୍ୱର କ୍ଲବ ଆନେକ୍ସରୁ ଏଭଳି ରୋଚକ ଚିତ୍ର ସାମ୍ନାକୁ ଆସିଛି ।

ବିବାହ ମଣ୍ଡପଟି ହେଉଛି ଭୁବନେଶ୍ୱର କ୍ଲବର । ଏସ୍ଓଏସ୍ ଭିଲେଜ କଡ଼ରେ ଏହି କ୍ଲବର ଏକ ବିଶାଳକାୟ ଓ ଆଲିସାନ ବିଲ୍ଡିଂ ରହିଛି । ଉକ୍ତ ବିଲ୍ଡିଂରେ ୨ଟି ପ୍ରଶସ୍ଥ ଲନ୍ ସହ ଗୋଟିଏ ବିରାଟ ହଲ୍ ଅଛି । ସହରର ଏହି ନାମୀ କ୍ଲବର ଜଣେ କର୍ପୋରେଟ ସଦସ୍ୟଙ୍କ କନ୍ୟା ବାହାଘର ବେଳେ ଏଭଳି ହାଇଡ୍ରାମା ଘଟିଛି । କର୍ପୋରେଟ୍ ସଦସ୍ୟଜଣକ ଜଣେ ଧନୀକ ଶ୍ରେଣୀୟ ବ୍ୟକ୍ତି । ସେ ତାଙ୍କ ଝିଅର ବାହାଘର ପାଇଁ ୨ ମାସ ପୂର୍ବରୁ ବିବାହ ମଣ୍ଡପ ବୁକିଂ କରିଥିଲେ । ଏହି ବାବଦକୁ ୪ ଲକ୍ଷ ଟଙ୍କା ମଧ୍ୟ ପୈଠ କରିଥିଲେ । ଝିଅ ବାହାଘର ପାଇଁ ଉକ୍ତ ମଣ୍ଡପର ସାଜସଜ୍ଜାରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ବେଶ୍ ଧୂମଧାମରେ ବିବାହ ଉତ୍ସବ ଆରମ୍ଭ ହେଲା । ବନ୍ଧୁ ପରିଜନଙ୍କ ସମେତ ଜଣଙ୍କ ପରେ ଜଣେ ଅତିଥିଙ୍କ ପାଦ ମଣ୍ଡପରେ ପଡୁଥିଲା । ସନ୍ଧ୍ୟା ୫ଟା ବେଳକୁ ବରଯାତ୍ରୀ ଦଳ ବି ମଣ୍ଡପରେ ପହଞ୍ଚିଲେ । କନ୍ୟା ଘର ଲୋକ ବରଙ୍କୁ ପାଛୋଟି ନେଲେ । ସନ୍ଧ୍ୟା ୬ଟା ବେଳେ ମଣ୍ଡପ କର୍ତ୍ତୃପକ୍ଷଙ୍କ ଏଭଳି ହଙ୍ଗମା ଆରମ୍ଭ ହୋଇଥିଲା । ଆଉ ବିବାହ ଅଧାରୁ ବର-କନ୍ୟାଙ୍କୁ ତଡ଼ିଦେଲେ । ଯାହାକୁ ନେଇ ବର-କନ୍ୟା ପକ୍ଷ ଅସନ୍ତୋଷ ଝାଡ଼ିଛନ୍ତି ।

ଅଭିଯୋଗ ହୋଇଛି ଯେ ଉକ୍ତ ଭୁବନେଶ୍ୱର କ୍ଲବ ଆନେକ୍ସଟି କେବଳ କ୍ଲବ ସଦସ୍ୟଙ୍କ ବ୍ୟକ୍ତିଗତ ଉତ୍ସବ ପାଇଁ ଉଦ୍ଦିଷ୍ଟ । କ୍ଲବର ପୂର୍ବ ପରିଚାଳନା କମିଟି ଥିବା ବେଳେ ସମ୍ବଲପୁର ଅଞ୍ଚଳର ଜଣେ ଠିକାଦାରଙ୍କୁ ବିଲ୍ଡିଂ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । ଠିକାଦାର ଜଣକ କ୍ଲବର ସର୍ତ୍ତାବଳୀକୁ ଦଳିମକଚି ଦେଇଛନ୍ତି । ସେ ବେପାର ଲୋଭରେ ସେଠାରେ ବାହାର ଲୋକମାନଙ୍କ ବାହାଘର, ବ୍ରତଘର କରାଉଛନ୍ତି । ସମ୍ପୃକ୍ତ ଠିକାଦାରଙ୍କୁ ଲୋଭ ଏମିତି ଗ୍ରାସିଛି ଯେ ଗୋଟିଏ ଦିନରେ ବିଲ୍ଡିଂରେ ଏକାବେଳକେ ୪ଟି ବାହାଘର କରାଉଛନ୍ତି । କ୍ଲବ ସଦସ୍ୟମାନେ ନିଜ ଉତ୍ସବ ବେଳେ ହଇରାଣ ହେଉଛନ୍ତି । ଯେହେତୁ, ଠିକାଦାରଙ୍କ ଟେଣ୍ଡର ଅବଧି ସରିନାହିଁ, ନବ ନିର୍ବାଚିତ କମିଟି କର୍ତ୍ତୃପକ୍ଷ ଲୋଭାଗ୍ରସ୍ତ ଠିକାଦାରଙ୍କ ବିରୋଧରେ କିଛି ପଦକ୍ଷେପ ନେଇପାରୁନାହାନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme