ଟାଙ୍ଗୀ ଥାନାରେ ପୁଲିସର ଥାର୍ଡ ଡିଗ୍ରୀ ମାମଲାରେ ଅଭିଯୁକ୍ତ ଥାନା ଅଧିକାରୀ ଓ ଜଣେ ଏସ୍ଆଇଙ୍କୁ ନିକଟରେ ନିଲମ୍ବନ କରାଯାଇଥିଲା । ଏହାର କିଛି ଦିନ ପରେ ମାହାଙ୍ଗା ଜୟପୁର ଫାଣ୍ଡିରୁ ସମାନ ଅଭିଯୋଗ ଆସିଛି । ଜଣେ ଅନାଥ ଯୁବକଙ୍କୁ ପୁଲିସ ନିର୍ଘାତ ମାଡ଼ ମାରିଥିବା ନେଇ ସେ ପୁଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗ ମୁତାବକ, ସମସରପୁର ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ସମ୍ପର୍କୀୟଙ୍କ ସହ କିଛି କଥାକୁ ନେଇ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏହାର କିଛି ସମୟ ପରେ ଜୟପୁର ଫାଣ୍ଡି ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିର୍ଧୁମ୍ ମାଡ଼ ମାରିଥିଲେ । ପରେ ତାଙ୍କ ମୋବାଇଲ୍ ଓ ଟଙ୍କା ଛଡ଼ାଇ ନେଇଥିଲେ । ଯୁବକଙ୍କ ବାମ ହାତ, ପିଠି, ଜଙ୍ଘ ଓ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଥିବାରୁ ସେ ଜଗନ୍ନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ଏ ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ସେ ପୁଲିସ ଡିଜିଙ୍କୁ ଅଭିଯୋଗ କରିଛନ୍ତି ।

