
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର ଦୋମୁହାଁଣି ଗାଁ ଛକ ନିକଟରେ OSRTC ବସକୁ ଧକ୍କା ଦେଇଛି ଆଇରନ ବୋଝେଇ ଟ୍ରକ। ତେବେ ଦୁର୍ଘଟଣାରେ ୪ ଜଣ ବସ ଯାତ୍ରୀ ଆହାତ ହୋଇଥିବା ସୂଚନା ମିଳିଛି। ଆହାତ ମାନେ ଭୁବନେଶ୍ୱରର ହୋଇଥିବା ଜଣାପଡିଛି। ସେମାନେ କଟକରୁ ରାଉରକେଲା ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ। ଗୁରୁତରଙ୍କୁ ପ୍ରଥମେ ପରଜଙ୍ଗ ଓ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବସଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଝାରସୁଗୁଡାରୁ ଅନୁଗୁଳ ଯାଉଥିବା ଟ୍ରକଟି ସିଧା ସଳଖ ବସକୁ ଧକ୍କା ଦେଇଥିଲା। ବସରେ ଥିବା ୩୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଯାତ୍ରୀ ଗୁରୁତର ହୋଇଥିଲେ। ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି। ଏ ନେଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
