Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜବରଦସ୍ତ ଚାନ୍ଦା ମାଗୁଥିଲେ ସାବଧାନ !

Posted on August 29, 2025

ପାର୍ବଣ ବେଳେ ଜବରଦସ୍ତ ଚାନ୍ଦା ମାଗୁଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେବାପରେ କଟକ ପୁଲିସ ପକ୍ଷରୁ ଦୁଇଟି ମୋବାଇଲ୍ ନମ୍ବର ଜାରି ହୋଇଛି । ଏହି ନମ୍ବରରେ ଫୋନ୍ କରି ଯେ କେହି ବି ଅଭିଯୋଗ କରିପାରିବେ । ଅଭିଯୋଗକାରୀଙ୍କ ନାଁ ଓ ଠିକଣା ଗୋପନ ରଖାଯିବ ବୋଲି ମଧ୍ୟ ପୁଲିସ ପ୍ରତିଶ୍ରୁତି ଦେଇଛି ।

କଟକ ସହରର ଜନସାଧାରଣଙ୍କୁ ଅନୁରୋଧ ଆଗାମୀ ପୂଜାପର୍ବ ଉପଲକ୍ଷେ ପୂଜା ନାମରେ ବଳପୂର୍ବକ ଚାନ୍ଦା ସଂଗ୍ରହ କରାଯାଉଥିଲେ ଆମକୁ ତୁରନ୍ତ ଅବଗତକରନ୍ତୁ। ଆମେ ଆପଣଙ୍କ ପରିଚୟ ଗୋପନ ରଖିବାସହିତ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଅଛୁ ଏବଂ ଆଗକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ।

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଛି । ତେବେ ପାର୍ବଣ ଆରମ୍ଭ ପୂର୍ବରୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ସମସ୍ତ ଜିଲ୍ଲା ଏସ୍ପିଙ୍କୁ ନେଇ ଏକ ସମୀକ୍ଷା କରିଥିଲେ । ଏଥିରେ ଜବରଦସ୍ତ ଚାନ୍ଦା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ କଟକ ପୁଲିସ ଗୁରୁବାର ଚାନ୍ଦା ଆଦାୟ ବିରୋଧରେ କଠୋର ହୋଇଛି । ଚାନ୍ଦା ମାଗୁଥିବା ଲୋକଙ୍କୁ ଧରିବା ପାଇଁ ପୁଲିସ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି । ଏନେଇ ପୁଲିସ ଦୁଇ ମୋବାଇଲ୍ ନମ୍ବର ହେଲ୍ପ ଲାଇନ୍ ଭାବେ ଜାରି କରିଛି । (୭୩୨୮୦- ୭୭୩୨୪) ଏବଂ (୮୪୮୦୫-୧୩୦୦୭) ଦୁଇଟି ମୋବାଇଲ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବର ୨୪ ଘଣ୍ଟା ଖୋଲା ରହିବ । ପୂଜା ସମୟରେ ସହରବାସୀ ଏଥିରେ ଫୋନ୍ କରି ବେଆଇନ ଚାନ୍ଦା ଆଦାୟ ବିଷୟ ଅଭିଯୋଗ କରିପାରିବେ । ସେହିପରି ଅନ୍ୟ କୌଣସି ଅପରାଧ ବିଷୟରେ ମଧ୍ୟ ଲୋକେ ଅବଗତ କରିପାରିବେ । ଏଥିରେ ଅଭିଯୋଗକାରୀଙ୍କ ନାଁ ଓ ଠିକଣା ପୁଲିସ ଗୋପନ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି । ତେବେ ବିନା ଭୟରେ ପୁଲିସ ଏହି ଅଭିଯାନରେ ସହଯୋଗ କରିବାକୁ ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନଭଣ୍ଡାର ଗଣତି ନେଇ ଆସିପାରେ ବଡ଼ ଘୋଷଣା ।
  • ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ
  • ନବୀନ ନିବାସରେ ଅଖିଳେଶ: ଓଡ଼ିଶାରୁ ଆରମ୍ଭ ହେବ କି ‘ବିଜେପି ହଟାଓ’ ଅଭିଯାନ?
  • ଡକାୟତିରେ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି
  • ନିପା ଭାଇରସକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (462)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,492)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme