Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜବରଦସ୍ତ ଚାନ୍ଦା ମାଗୁଥିଲେ ସାବଧାନ !

Posted on August 29, 2025

ପାର୍ବଣ ବେଳେ ଜବରଦସ୍ତ ଚାନ୍ଦା ମାଗୁଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେବାପରେ କଟକ ପୁଲିସ ପକ୍ଷରୁ ଦୁଇଟି ମୋବାଇଲ୍ ନମ୍ବର ଜାରି ହୋଇଛି । ଏହି ନମ୍ବରରେ ଫୋନ୍ କରି ଯେ କେହି ବି ଅଭିଯୋଗ କରିପାରିବେ । ଅଭିଯୋଗକାରୀଙ୍କ ନାଁ ଓ ଠିକଣା ଗୋପନ ରଖାଯିବ ବୋଲି ମଧ୍ୟ ପୁଲିସ ପ୍ରତିଶ୍ରୁତି ଦେଇଛି ।

କଟକ ସହରର ଜନସାଧାରଣଙ୍କୁ ଅନୁରୋଧ ଆଗାମୀ ପୂଜାପର୍ବ ଉପଲକ୍ଷେ ପୂଜା ନାମରେ ବଳପୂର୍ବକ ଚାନ୍ଦା ସଂଗ୍ରହ କରାଯାଉଥିଲେ ଆମକୁ ତୁରନ୍ତ ଅବଗତକରନ୍ତୁ। ଆମେ ଆପଣଙ୍କ ପରିଚୟ ଗୋପନ ରଖିବାସହିତ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଅଛୁ ଏବଂ ଆଗକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ।

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଛି । ତେବେ ପାର୍ବଣ ଆରମ୍ଭ ପୂର୍ବରୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ସମସ୍ତ ଜିଲ୍ଲା ଏସ୍ପିଙ୍କୁ ନେଇ ଏକ ସମୀକ୍ଷା କରିଥିଲେ । ଏଥିରେ ଜବରଦସ୍ତ ଚାନ୍ଦା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ କଟକ ପୁଲିସ ଗୁରୁବାର ଚାନ୍ଦା ଆଦାୟ ବିରୋଧରେ କଠୋର ହୋଇଛି । ଚାନ୍ଦା ମାଗୁଥିବା ଲୋକଙ୍କୁ ଧରିବା ପାଇଁ ପୁଲିସ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି । ଏନେଇ ପୁଲିସ ଦୁଇ ମୋବାଇଲ୍ ନମ୍ବର ହେଲ୍ପ ଲାଇନ୍ ଭାବେ ଜାରି କରିଛି । (୭୩୨୮୦- ୭୭୩୨୪) ଏବଂ (୮୪୮୦୫-୧୩୦୦୭) ଦୁଇଟି ମୋବାଇଲ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବର ୨୪ ଘଣ୍ଟା ଖୋଲା ରହିବ । ପୂଜା ସମୟରେ ସହରବାସୀ ଏଥିରେ ଫୋନ୍ କରି ବେଆଇନ ଚାନ୍ଦା ଆଦାୟ ବିଷୟ ଅଭିଯୋଗ କରିପାରିବେ । ସେହିପରି ଅନ୍ୟ କୌଣସି ଅପରାଧ ବିଷୟରେ ମଧ୍ୟ ଲୋକେ ଅବଗତ କରିପାରିବେ । ଏଥିରେ ଅଭିଯୋଗକାରୀଙ୍କ ନାଁ ଓ ଠିକଣା ପୁଲିସ ଗୋପନ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି । ତେବେ ବିନା ଭୟରେ ପୁଲିସ ଏହି ଅଭିଯାନରେ ସହଯୋଗ କରିବାକୁ ଡିସିପି ଖିଲାରି ରିଷିକେଶ ଦ୍ୟାନ୍ଦେଓ ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme