Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୀଳଗିରିରେ ଭାଲୁ ଆତଙ୍କ, ଆକ୍ରମଣରେ ୩ ଗୁରୁତର

Posted on January 22, 2026

ବାଲେଶ୍ଵର ଜିଲ୍ଲା ନୀଳଗିରି ସହରରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇଥିବା ସୂଚନା । ଆଜି ସକାଳ ୬ ଟା ସମୟରେ ନୀଳଗିରି ସହର ଭିତରୁ ଏକ ଭାଲୁ ଏନସି ୮ ନମ୍ବର ୱାର୍ଡ ସାନହତା ଗାଁ ଦେଇ ପାହାଡ଼କୁ ଫେରୁଥିଲା। ସେହି ସମୟରେ କିଛି ଗ୍ରାମବାସୀ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ପୁଷ୍ପ ବୈଠା ନାମକ ମହିଳା ଫୁଲ ତୋଳିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ପକାଇ ଥିଲା। ଏହାପରେ କନକ କୁଅଁର ନାମକ ବୃଦ୍ଧାଙ୍କୁ ଭାଲୁ କଚାଡି ଦେବାରୁ ତାଙ୍କର ଗୋଡ଼ ଭାଙ୍ଗି ଯାଇଛି। ପରେ ନିତ୍ୟାନନ୍ଦ ସାହୁ ଘରୁ ଆସୁଥିବା ବେଳେ ତାଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା। ତିନି ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସକାଳେ ସହରରେ ଭାଲୁ ବୁଲିବା ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme