Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଓଲଟିଲା ଗୋରୁ ବୋଝେଇ କଣ୍ଟେନର: ଗାଡ଼ି ଭିତରେ ଚାପି ହୋଇ ରହିଛନ୍ତି ଡ୍ରାଇଭର

Posted on January 10, 2026

ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ରେଢ଼ାଖୋଲ-ବୌଦ୍ଧ ରାସ୍ତାର ପନ୍ଥେଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗୋରୁ ବୋଝେଇ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତା କଡ଼ ବୁଲାଣିରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଗାଡ଼ି ଭିତରେ ଡ୍ରାଇଭର ଜଣକ ଗୁରୁତର ଭାବେ ଚାପି ହୋଇ ରହିଥିବା ବେଳେ ଅନେକ ଗୋରୁଙ୍କର ପ୍ରାଣହାନି ଘଟିଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ କିଆକଟା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଗାଡ଼ିର କ୍ୟାବିନ୍ ଭିତରେ ଡ୍ରାଇଭର ଜଣକ ଫସି ରହିଥିବାରୁ ତାଙ୍କୁ ବାହାର କରିବା ପାଇଁ ପୋଲିସ ଗ୍ୟାସ୍ କଟରର ସାହାଯ୍ୟ ନେଉଛି। ଡ୍ରାଇଭରଙ୍କୁ ଜୀବନ୍ତ ଉଦ୍ଧାର କରିବା ପାଇଁ ପୋଲିସ ଓ ସ୍ଥାନୀୟ ଲୋକେ ପ୍ରାଣପଣେ ଚେଷ୍ଟା କରୁଛନ୍ତି।

ସୂଚନା ଅନୁଯାୟୀ, କଣ୍ଟେନରଟି ବୌଦ୍ଧ ପଟୁ ୫୦ରୁ ଅଧିକ ଗୋରୁ ବୋଝେଇ କରି ରାଜ୍ୟ ବାହାରକୁ ଯାଉଥିଲା। ଗାଡ଼ିଟି ଓଲଟି ପଡ଼ିବା ଫଳରେ ଗାଡ଼ି ଭିତରେ ଥିବା ଏକାଧିକ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେକ ଗୋରୁ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଏହା ବେଆଇନ ଗୋରୁ ଚାଲାଣ କି ନୁହେଁ, ସେ ଦିଗରେ ତଦନ୍ତ ଆରମ୍ଭ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme