
ସମୁଦ୍ର ଭିତରେ ମାଛଧରା ଟ୍ରଲରର ଧିବରଙ୍କ ମୃତ୍ୟୁ। ଭଦ୍ରକ ଜିଲ୍ଲା ଧାମରା ମାଛଧରା ଜେଟିରୁ ଏହି ଘଟଣା ସାମ୍ନାକୁ ଆସିଛି। ମାଛଧରା ଜେଟିରୁ ଗତ ୨୩ ତାରିଖରୁ ମା ନାଛିନ୍ଦା ନାମକ ଟ୍ରଲର ୧୧ ଜଣ ଧିବରଙ୍କୁ ସାଙ୍ଗରେ ଧରି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ଆଜି ସମୁଦ୍ର ଭିତରେ ଜାଲ ଉଠାଉ ଥିବା ବେଳେ ପିଟି ହୋଇ ନୃସିଂହ ଦଳେଇ ନାମକ ଯୁବକଙ୍କ ଫସି ଯାଇ ମୃତ୍ୟୁ ହୋଇଛି। ଘଟଣା ପରେ ତୁରନ୍ତ ଅନ୍ୟ ଧିବରମାନେ ଟ୍ରଲରକୁ ଧାମରା ଜେଟିକୁ ଫେରାଇ ଆଣିଛନ୍ତି। ତେବେ ମୃତକଙ୍କ ଘର କେନ୍ଦାପଡା ଜିଲ୍ଲା ରଂଗଣି ଗ୍ରାମରେ ବୋଲି ସୂଚନା ମିଳିଛି। ସେପଟେ ଘଟଣାକୁ ନେଇ ଧାମରା ମେରାଇନ ଥାନାରେ ମୃତକଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି।
