Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେର ଡବଲ ମର୍ଡର ଘଟଣାର ପର୍ଦାଫାଶ: ସୁରକ୍ଷାକର୍ମୀଙ୍କ ଗୁଳିରେ ଯାଇଥିଲା ୨ ଜୀବନ, ୫ ଗିରଫ

Posted on December 26, 2025

ତାଳଚେର ଲିଙ୍ଗରାଯୋଡ଼ି ଦୁଇ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାଶ କରିଛି ଅନୁଗୋଳ ପୁଲିସ । ଚୋରି କରିବାକୁ ଆସିଥିବା ବେଳେ ସୁରକ୍ଷାକର୍ମୀ ଗୁଳି ମାଡରେ ଉଭୟଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି । ଘଟଣାରେ ପୁଲିସ ପ୍ରଦୀପ ସିକ୍ୟୁରୀଟି ନାମକ ସଂସ୍ଥାର ୫ ସୁରକ୍ଷାକର୍ମୀ ଗିରଫ କରିଛି। ସୂଚନା ଅନୁସାରେ ଗତକାଲି ତାଳଚେର ଲିଙ୍ଗରାଯୋଡି ଗାଁ କେନାଲ ରାସ୍ତାର ଉଭୟ ପାର୍ଶ୍ଵରେ ଦୁଇ ଜଣଙ୍କ ମୃତଦେହ ମିଳିଥିଲା । ମୃତକ ଦୁଇଜଣ ଲିଙ୍ଗରାଯୋଡି ଗାଁର ଦିବ୍ୟ ରଞ୍ଜନ ପରିଡା ଓ ଜନାର୍ଦନ ନାୟକ ହୋଇଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ ।।ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ୨୪ ଘଣ୍ଟା ଭିତରେ ଘଟଣାର ପର୍ଦାଫାଶ କରିଛି । ପୁଲିସ କହିବା ଅନୁଯାୟୀ ସେହି ନିକଟରେ NTPC ରୁ ଏକ ଟାୱାର ଲାଇନ ଯାଉଥିବା ବେଳେ ସେହି ସ୍ଥାନରେ ଏକ ଟାୱାର ଲାଇନ କମ୍ପାନୀର କଂଷ୍ଟ୍ରକସନ ଡିପୋ ରହିଛି । ସେହି ଡିପୋ ଭିତରୁ ଚୋରି କରିବା ପାଇଁ ଗତକାଲି ରାତିରେ ୧୦-୧୨ ଜଣ ଲୋକ ପଶିବାକୁ ଉଦ୍ୟମ କରିଥିଲେ । ଏହା ଦେଖି ସେଠାରେ ଥିବା ସୁରକ୍ଷାକର୍ମୀ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସେହି ଗୁଳି ବାଜି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ । ସୁରକ୍ଷାକର୍ମୀ ମାନେ ବ୍ଲାଙ୍କ ଫାୟାର ନକରି ସିଧା ଲୋକଙ୍କ ଉପରକୁ ଗୁଳି ଚଳାଇଥିବାରୁ ହତ୍ୟା ଅଭିଯୋଗରେ ସେଠାରେ କାମ କରୁଥିବା ପ୍ରଦୀପ ସିକ୍ୟୁରୀଟି ସଂସ୍ଥାର ୫ ଜଣ ସୁରକ୍ଷାକର୍ମୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ୫ ଜଣଙ୍କ ମଧ୍ୟରେ ୩ ଜଣ ଅନୁଗୁଳର ହୋଇଥିବା ବେଳେ ଅନ୍ୟ ଦୁଇଜଣ ବିହାର ଅଂଚଳର ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ ପି ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ
  • ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ
  • ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା…
  • ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,500)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme