Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେର ଡବଲ ମର୍ଡର ଘଟଣାର ପର୍ଦାଫାଶ: ସୁରକ୍ଷାକର୍ମୀଙ୍କ ଗୁଳିରେ ଯାଇଥିଲା ୨ ଜୀବନ, ୫ ଗିରଫ

Posted on December 26, 2025

ତାଳଚେର ଲିଙ୍ଗରାଯୋଡ଼ି ଦୁଇ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାଶ କରିଛି ଅନୁଗୋଳ ପୁଲିସ । ଚୋରି କରିବାକୁ ଆସିଥିବା ବେଳେ ସୁରକ୍ଷାକର୍ମୀ ଗୁଳି ମାଡରେ ଉଭୟଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି । ଘଟଣାରେ ପୁଲିସ ପ୍ରଦୀପ ସିକ୍ୟୁରୀଟି ନାମକ ସଂସ୍ଥାର ୫ ସୁରକ୍ଷାକର୍ମୀ ଗିରଫ କରିଛି। ସୂଚନା ଅନୁସାରେ ଗତକାଲି ତାଳଚେର ଲିଙ୍ଗରାଯୋଡି ଗାଁ କେନାଲ ରାସ୍ତାର ଉଭୟ ପାର୍ଶ୍ଵରେ ଦୁଇ ଜଣଙ୍କ ମୃତଦେହ ମିଳିଥିଲା । ମୃତକ ଦୁଇଜଣ ଲିଙ୍ଗରାଯୋଡି ଗାଁର ଦିବ୍ୟ ରଞ୍ଜନ ପରିଡା ଓ ଜନାର୍ଦନ ନାୟକ ହୋଇଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ ।।ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ୨୪ ଘଣ୍ଟା ଭିତରେ ଘଟଣାର ପର୍ଦାଫାଶ କରିଛି । ପୁଲିସ କହିବା ଅନୁଯାୟୀ ସେହି ନିକଟରେ NTPC ରୁ ଏକ ଟାୱାର ଲାଇନ ଯାଉଥିବା ବେଳେ ସେହି ସ୍ଥାନରେ ଏକ ଟାୱାର ଲାଇନ କମ୍ପାନୀର କଂଷ୍ଟ୍ରକସନ ଡିପୋ ରହିଛି । ସେହି ଡିପୋ ଭିତରୁ ଚୋରି କରିବା ପାଇଁ ଗତକାଲି ରାତିରେ ୧୦-୧୨ ଜଣ ଲୋକ ପଶିବାକୁ ଉଦ୍ୟମ କରିଥିଲେ । ଏହା ଦେଖି ସେଠାରେ ଥିବା ସୁରକ୍ଷାକର୍ମୀ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସେହି ଗୁଳି ବାଜି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ । ସୁରକ୍ଷାକର୍ମୀ ମାନେ ବ୍ଲାଙ୍କ ଫାୟାର ନକରି ସିଧା ଲୋକଙ୍କ ଉପରକୁ ଗୁଳି ଚଳାଇଥିବାରୁ ହତ୍ୟା ଅଭିଯୋଗରେ ସେଠାରେ କାମ କରୁଥିବା ପ୍ରଦୀପ ସିକ୍ୟୁରୀଟି ସଂସ୍ଥାର ୫ ଜଣ ସୁରକ୍ଷାକର୍ମୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ୫ ଜଣଙ୍କ ମଧ୍ୟରେ ୩ ଜଣ ଅନୁଗୁଳର ହୋଇଥିବା ବେଳେ ଅନ୍ୟ ଦୁଇଜଣ ବିହାର ଅଂଚଳର ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ ପି ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme