Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଢେଙ୍କାନାଳ ବରା ଓ ପାଳ ବାଇଗଣକୁ ଜିଆଇ ମାନ୍ୟତା ପାଇଁ ପ୍ରୟାସ

Posted on December 19, 2025

ଢେଙ୍କାନାଳର ପ୍ରସିଦ୍ଧ ବରା ଓ ପାଳ ବାଇଗଣର ଭୌଗୋଳିକ ସଙ୍କେତ(ଜିଆଇ) ମାନ୍ୟତା ପ୍ରାପ୍ତି ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ଗୁରୁବାର ପୂର୍ବାହ୍ନରେ କୃଷି ବିଜ୍ଞାନକେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଇଏଏସ୍ ପ୍ରୋବେସନର ଭଗତ ସାମଲ କଲ୍ୟାଣ ରାଓ ଯୋଗଦେଇ ଢେଙ୍କାନାଳ ଜିଲ୍ଲାର ବରା ଯେତିକି ସ୍ୱତନ୍ତ୍ର ସେତିକି ସ୍ୱାଦିଷ୍ଠ ସେହିପରି ଜିଲ୍ଲାର କମଗରା ଓ ଅନ୍ୟାନ୍ୟ ସ୍ଥାନରେ ହେଉଥିବା ପାଳ ବାଇଗଣ ଦେଖିବାକୁ ସୁନ୍ଦର ଓ ଖାଇବାରେ ସୁଆଦିଆ ବୋଲି ମତବ୍ୟକ୍ତ କରିଥିଲେ । ଏହା ଜିଆଇ ମାନ୍ୟତା ପାଇବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ । ଏଥିପାଇଁ ସମସ୍ତ ବ୍ୟବସାୟୀ ବନ୍ଧୁ, ଚାଷୀଭାଇ, ଗଣମାଧ୍ୟମ ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ ।

କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି ସମସ୍ତ ପ୍ରକାରର ତଥ୍ୟ ସଂଗ୍ରହ କରାଯାଇ ଜିଆଇ ମାନ୍ୟତା ପ୍ରାପ୍ତି ନିମନ୍ତେ ଆସନ୍ତା ଜାନୁଆରୀ ୧୫ ତାରିଖ ମଧ୍ୟରେ ଆବେଦନ କରାଯିବ ବୋଲି କହିଛନ୍ତି । ପାଳ ବାଇଗଣ ସଂପର୍କରେ ସମସ୍ତ ପ୍ରକାରର ତଥ୍ୟ ଏକ କମିଟି ମାଧ୍ୟମରେ ସଂଗ୍ରହ କରାଯିବ । ବରାର ମଧ୍ୟ ପ୍ରାମାଣିକ ତଥ୍ୟ ସଂଗ୍ରହ କରାଯିବ । କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଏହି ପାଳ ବାଇଗଣ ଓ ବରାର ସ୍ୱତନ୍ତ୍ରତା ପରୀକ୍ଷା କରାଯାଇ ଜିଆଇ ମାନ୍ୟତା ପ୍ରାପ୍ତି ନିମନ୍ତେ ଆବେଦନ କରାଯିବ ବୋଲି ସେ କହିଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମିଶନଶକ୍ତି, ଓରମାସ୍ର ଡେପୁଟୀ ସିଇଓ, ମିଠା ଆସୋସିଏସନର ସଭାପତି ଏବଂ ସଂପାଦକ ପ୍ରମୁଖ ଯୋଗଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme