
ଥମିବାର ନାଁ ନେଉନାହିଁ ହାତୀ ମଣିଷ ଲଢେଇ । ମୁହାଁମୁହିଁ ହେଉଛନ୍ତି ହାତୀ ଆଉ ମଣିଷ ।ଦନ୍ତା ଆକ୍ରମଣରେ ଲିଭି ଯାଉଛି ଅନେକ ଜୀବନ ଦୀପ । ସେହିପରି ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୁଣ୍ଢିରା ପଞ୍ଚାୟତ ପୂର୍ବପଡା ଗାଁର ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।ମୃତକ ସୁଣ୍ଢିରା ପଞ୍ଚାୟତ ପୂର୍ବପଡା ଗାଁର ବୃଦ୍ଧ ସୁରେନ୍ଦ୍ର ଦାସ ବୋଲି ଜଣାପଡିଛି।
ସୂଚନା ମୁତାବକ, ଆଜି ସକାଳେ ଏକ ଦନ୍ତା ହାତୀ କୁପାରି ଶାରୀଶୁଆ ପାହାଡ଼ରୁ ଆସି ଗାଁକୁ ପଶି ଆତଙ୍କ କରିଥିଲା।ପ୍ରଥମେ ସାରୁକୋଣା,ନଟାପଡା, ଗନ୍ଧାଳି,ବଟେଶ୍ୱର ,ସୁଣ୍ଡିରା ଦେଇ ପୂର୍ବପଡା ଗାଁକୁ ଯାଇ ବୃଦ୍ଧଙ୍କୁ ଦଳି ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଖଇରା ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଞ୍ଚଳବାସୀ ଆତଙ୍କିତ ଥିବାବେଳେ କୁପାରି ବନବିଭାଗ ହାତୀଟିକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି।
