Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଥମିବାର ନାଁ ନେଉନାହିଁ ହାତୀ ମଣିଷ ଲଢେଇ 

Posted on December 19, 2025

ଥମିବାର ନାଁ ନେଉନାହିଁ ହାତୀ ମଣିଷ ଲଢେଇ । ମୁହାଁମୁହିଁ ହେଉଛନ୍ତି ହାତୀ ଆଉ ମଣିଷ ।ଦନ୍ତା ଆକ୍ରମଣରେ ଲିଭି ଯାଉଛି ଅନେକ ଜୀବନ ଦୀପ । ସେହିପରି  ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୁଣ୍ଢିରା ପଞ୍ଚାୟତ ପୂର୍ବପଡା ଗାଁର ଦନ୍ତା  ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।ମୃତକ  ସୁଣ୍ଢିରା ପଞ୍ଚାୟତ ପୂର୍ବପଡା ଗାଁର ବୃଦ୍ଧ ସୁରେନ୍ଦ୍ର ଦାସ ବୋଲି ଜଣାପଡିଛି। 

ସୂଚନା ମୁତାବକ, ଆଜି ସକାଳେ ଏକ ଦନ୍ତା ହାତୀ କୁପାରି ଶାରୀଶୁଆ ପାହାଡ଼ରୁ ଆସି ଗାଁକୁ ପଶି ଆତଙ୍କ କରିଥିଲା।ପ୍ରଥମେ ସାରୁକୋଣା,ନଟାପଡା, ଗନ୍ଧାଳି,ବଟେଶ୍ୱର ,ସୁଣ୍ଡିରା ଦେଇ ପୂର୍ବପଡା ଗାଁକୁ ଯାଇ ବୃଦ୍ଧଙ୍କୁ ଦଳି ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଖଇରା ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଞ୍ଚଳବାସୀ ଆତଙ୍କିତ ଥିବାବେଳେ କୁପାରି ବନବିଭାଗ ହାତୀଟିକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme