
ଚାନ୍ଦବାଲି- ଧାମରା-ଭଦ୍ରକ ରେଳପଥର ବଳସାହି ଫାଟକ ନିକଟରେ ରେଳଧରଣାରେ କଟି ବୃଦ୍ଧ ମୃତ ।କ୍ଷତି ପୂରଣ ଦାବିରେ ରେଳଧରଣା ଉପରେ ବସି ରହିଛନ୍ତି ସ୍ଥାନୀୟ ଲୋକେ ।ଫଳରେ ଉଭୟପଟୁ ଅଟକି ରହିଛି ମାଲବାହୀ ଟ୍ରେନ । ତେବେ ମୃତକ ବୃଦ୍ଧ ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଯଶିପୁର ପଞ୍ଚାୟତ ଅନ୍ତର୍ଗତ ବିରିହରପୁର ଗ୍ରାମର ବସନ୍ତ ବଳ । ସୂଚନା ମୁତାବକ, ସେ ନିଜ ମାମୁଁ ଘର କଷିମୂଳାଗୋଠରୁ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ରେଳଫାଟକ ଦେଇ ପ୍ରତିଦିନ ଶହ ଶହ ଲୋକ ଯାତାୟାତ କରୁଥିବା ବେଳେ ଟ୍ରେନ ଯାତାୟାତ ସମୟରେ କୌଣସି ଗେଟ ପଡେ ନାହିଁ । ଯାହା ଫଳରେ ଅନେକ ସମୟରେ ଏପରି ଦୁର୍ଘଟଣା ଘଟୁଛି ।
