Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଲୁଟେରା ଛୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

Posted on December 6, 2025

 ଯାତ୍ରାର ଫାଇଦା ଉଠାଇ ଘରେ କଳାକନା ବୁଲାଇଲେ ଲୁଟେରା। ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଲୁଟେରା ଛୁ। ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ। ଏପରି ଘଟଣା ଘଟିଛି ନୀଳଗିରି ଥାନା ଅଧୀନ କାଂଶ ଗ୍ରାମର ଶୁଭ୍ରାଂଶୁ ମହାନ୍ତିଙ୍କ ଘରେ।

ସୂଚନା ମୁତାବକ ଗାଁରେ ଯାତ୍ରା ପଡ଼ିଥିବା କାରଣରୁ ପ୍ରଶାନ୍ତଙ୍କ ପରିବାର ଯାତ୍ରା ଦେଖିବା ପାଇଁ ଯାଇଥିଲେ। ଘରକୁ ୪ ଟା ରାତିରେ ଫେରିବା ବେଳକୁ ଘରର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଘରର ସମସ୍ତ ଗଡରେଜ ଭଙ୍ଗାହୋଇଥିବା ବେଳେ ଗଡରେଜରେ ଥିବା ୪ ଟି ହାର , ୧୪ ଟି ମୁଦି, ୮୦୦ ଗ୍ରାମ ରୂପା ଓ ଅନ୍ୟାନ୍ୟ ଅଳଙ୍କାର ଲୁଟିନେଇଥିଲେ ଲୁଟେରା।

ପରେ ସିସିଟିଭିରେ ଚୋରର ଘରେ ପଶିବା ତାଲା ଭାଙ୍ଗିବା ଓ ଘରେ ଟର୍ଚ୍ ଧରି ବୁଲୁଥିବାର ସମସ୍ତ ଚିତ୍ର କଏଦ ହୋଇଛି। ସେହିପରି ଉକ୍ତ ଗ୍ରାମର ଜନ୍ମଞ୍ଜୟ ନାୟକଙ୍କ ଘରୁ ମଧ୍ୟ ଦେଢ ଲକ୍ଷ ଟଙ୍କାର ସୁନାଗହଣା ଲୁଟ ହୋଇଛି। ଏ ନେଇ ପ୍ରଶାନ୍ତ ଓ ଧନଞ୍ଜୟ ନାୟକ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏଯାଏ ପୁଲିସ କାହାରିକୁ ଧରିବାରେ ସଫଳ ହୋଇନାହିଁ କି ଲୁଟ୍ ଗହଣା ଉଦ୍ଧାର କରିବାରେ ସକ୍ଷମ ହୋଇନଥିବା ଜଣାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme