Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଲୁଟେରା ଛୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

Posted on December 6, 2025

 ଯାତ୍ରାର ଫାଇଦା ଉଠାଇ ଘରେ କଳାକନା ବୁଲାଇଲେ ଲୁଟେରା। ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଲୁଟେରା ଛୁ। ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ। ଏପରି ଘଟଣା ଘଟିଛି ନୀଳଗିରି ଥାନା ଅଧୀନ କାଂଶ ଗ୍ରାମର ଶୁଭ୍ରାଂଶୁ ମହାନ୍ତିଙ୍କ ଘରେ।

ସୂଚନା ମୁତାବକ ଗାଁରେ ଯାତ୍ରା ପଡ଼ିଥିବା କାରଣରୁ ପ୍ରଶାନ୍ତଙ୍କ ପରିବାର ଯାତ୍ରା ଦେଖିବା ପାଇଁ ଯାଇଥିଲେ। ଘରକୁ ୪ ଟା ରାତିରେ ଫେରିବା ବେଳକୁ ଘରର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଘରର ସମସ୍ତ ଗଡରେଜ ଭଙ୍ଗାହୋଇଥିବା ବେଳେ ଗଡରେଜରେ ଥିବା ୪ ଟି ହାର , ୧୪ ଟି ମୁଦି, ୮୦୦ ଗ୍ରାମ ରୂପା ଓ ଅନ୍ୟାନ୍ୟ ଅଳଙ୍କାର ଲୁଟିନେଇଥିଲେ ଲୁଟେରା।

ପରେ ସିସିଟିଭିରେ ଚୋରର ଘରେ ପଶିବା ତାଲା ଭାଙ୍ଗିବା ଓ ଘରେ ଟର୍ଚ୍ ଧରି ବୁଲୁଥିବାର ସମସ୍ତ ଚିତ୍ର କଏଦ ହୋଇଛି। ସେହିପରି ଉକ୍ତ ଗ୍ରାମର ଜନ୍ମଞ୍ଜୟ ନାୟକଙ୍କ ଘରୁ ମଧ୍ୟ ଦେଢ ଲକ୍ଷ ଟଙ୍କାର ସୁନାଗହଣା ଲୁଟ ହୋଇଛି। ଏ ନେଇ ପ୍ରଶାନ୍ତ ଓ ଧନଞ୍ଜୟ ନାୟକ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏଯାଏ ପୁଲିସ କାହାରିକୁ ଧରିବାରେ ସଫଳ ହୋଇନାହିଁ କି ଲୁଟ୍ ଗହଣା ଉଦ୍ଧାର କରିବାରେ ସକ୍ଷମ ହୋଇନଥିବା ଜଣାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme