
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ । ଜିଆରପି ଥାନାରେ ବିଧାୟକଙ୍କ ଏତଲା । ଗତକାଲି ବିଳମ୍ବିତ ରାତିରେ ରାୟପୁର- ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ ଗାଡିରେ ବେଆଇନ ଭାବେ ରାଜ୍ୟ ବାହାରକୁ ଦାଦନ ଚାଲାଣ ହେଉଥିଲା । ଏହି ସମୟରେ ବିଧାୟକ ଲକ୍ଷ୍ମଣ ବାଗ ଏହି ଟ୍ରେନ ଯୋଗେ ଯିବାକୁ ଥିବା ଶ୍ରମିକଙ୍କୁ ଦେଖି ଅଚାନକ ଅଟକିଥିଲେ । ଶ୍ରମିକଙ୍କୁ କୁଆଡେ ଯାଉଛନ୍ତି ବୋଲି ପଚାରିଥିଲେ । ଶ୍ରମିକ ମାନେ ସନ୍ତୋଷ ଜନକ ଉତ୍ତର ନଦେବାରୁ ବିଧାୟକ ଶ୍ରମିକଙ୍କ ପାଖରେ ଟିକେଟ ଅଛି କି ବୋଲି ପଚାରିଥିଲେ ।
ଶ୍ରମିକ ମାନେ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଜଣା ପଡିଥିଲା । ବିଧାୟକ କଣ୍ଟାବାଞ୍ଜି ଟାଉନ ପୋଲିସ, ଜିଆରପି ଏବଂ ଆରପିଏଫକୁ ଖବର ଦେଇ ଶ୍ରମିକଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ କରିବାକୁ କହିଥିଲେ । ଏହି ସମୟରେ ମହମ୍ମଦ ଇମରାନ ଓରଫ ବଣ୍ଟି ଖାନ ଓ ବଣ୍ଟି ବେହେରାଙ୍କ ସହ ଅନ୍ୟ ୬ ରୁ ଅଧିକ ଲୋକ ଆସି ବିଧାୟକକୁ ଗାଳି କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ବିଧାୟକ କଣ୍ଟାବାଞ୍ଜି ଜିଆରପି ଥାନାରେ ଅଭିଯୋଗ ହୋଇଛି ।
