Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ

Posted on December 4, 2025

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ । ଜିଆରପି ଥାନାରେ ବିଧାୟକଙ୍କ ଏତଲା । ଗତକାଲି ବିଳମ୍ବିତ ରାତିରେ ରାୟପୁର- ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ ଗାଡିରେ ବେଆଇନ ଭାବେ ରାଜ୍ୟ ବାହାରକୁ ଦାଦନ ଚାଲାଣ ହେଉଥିଲା । ଏହି ସମୟରେ ବିଧାୟକ ଲକ୍ଷ୍ମଣ ବାଗ ଏହି ଟ୍ରେନ ଯୋଗେ ଯିବାକୁ ଥିବା ଶ୍ରମିକଙ୍କୁ ଦେଖି ଅଚାନକ ଅଟକିଥିଲେ । ଶ୍ରମିକଙ୍କୁ କୁଆଡେ ଯାଉଛନ୍ତି ବୋଲି ପଚାରିଥିଲେ । ଶ୍ରମିକ ମାନେ ସନ୍ତୋଷ ଜନକ ଉତ୍ତର ନଦେବାରୁ ବିଧାୟକ ଶ୍ରମିକଙ୍କ ପାଖରେ ଟିକେଟ ଅଛି କି ବୋଲି ପଚାରିଥିଲେ ।

ଶ୍ରମିକ ମାନେ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଜଣା ପଡିଥିଲା । ବିଧାୟକ କଣ୍ଟାବାଞ୍ଜି ଟାଉନ ପୋଲିସ, ଜିଆରପି ଏବଂ ଆରପିଏଫକୁ ଖବର ଦେଇ ଶ୍ରମିକଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ କରିବାକୁ କହିଥିଲେ । ଏହି ସମୟରେ ମହମ୍ମଦ ଇମରାନ ଓରଫ ବଣ୍ଟି ଖାନ ଓ ବଣ୍ଟି ବେହେରାଙ୍କ ସହ ଅନ୍ୟ ୬ ରୁ ଅଧିକ ଲୋକ ଆସି ବିଧାୟକକୁ ଗାଳି କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ବିଧାୟକ କଣ୍ଟାବାଞ୍ଜି ଜିଆରପି ଥାନାରେ ଅଭିଯୋଗ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme