
୨୦୨୭ ମାଟ୍ରିକ୍ ପରୀକ୍ଷା ପାଇଁ ଆଜିଠୁ ପଞ୍ଜୀକରଣ । ନବମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଏବେଠୁ ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍ସାଇଟ୍ରେ ପଞ୍ଜୀକୃତ କରାଇବାକୁ ହେବ । ଅନଲାଇନ୍ ଯୋଗେ ଆଜିଠାରୁ ଆରମ୍ଭ ହେବାକୁ ଥିବା ପଞ୍ଜୀକରଣ ପ୍ରକ୍ରିୟାର ଅନ୍ତିମ ସମୟ ଆସନ୍ତା ୧୭ ତାରିଖ ଧାର୍ଯ୍ୟ ରହିଛି । ଏଥିଲାଗି ବୋର୍ଡ ପକ୍ଷରୁ ରାଜ୍ୟର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅବଗତ କରାଯାଇଛି ।
ପଞ୍ଜୀକରଣ କାର୍ଯ୍ୟ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନେ କରିବେ । ସାଧାରଣ ବର୍ଗର ପିଲାମାନଙ୍କ ଲାଗି ୬୦ ଟଙ୍କା ଦେୟ ରହିଥିବା ବେଳେ ଏସ୍ସି, ଏସ୍ଟି ଛାତ୍ରାଛାତ୍ରୀଙ୍କ ପାଇଁ ଦେୟମୁକ୍ତ ରହିଛି । ଯେଉଁ ଛାତ୍ରଛାତ୍ରୀମାନଙ୍କ ନାଁ ୧୭ ତାରିଖ ରାତି ୧୨ଟା ସୁଦ୍ଧା ପଞ୍ଜୀକରଣ ହୋଇ ନଥିବ ସେମାନେ ୨୦୨୭ରେ ହେବାକୁ ଥିବା ରେଗୁଲାର ମାଟ୍ରିକ୍ ପରୀକ୍ଷା ଦେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚାଇ ଦିଆଯାଇଛି ।
