Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାଟ୍ରିକ୍‌ ପରୀକ୍ଷା ପାଇଁ ଆଜିଠୁ ପଞ୍ଜୀକରଣ, ୧୭ ଯାଏ ଆବେଦନ

Posted on December 3, 2025

୨୦୨୭ ମାଟ୍ରିକ୍ ପରୀକ୍ଷା ପାଇଁ ଆଜିଠୁ ପଞ୍ଜୀକରଣ । ନବମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଏବେଠୁ ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍ସାଇଟ୍ରେ ପଞ୍ଜୀକୃତ କରାଇବାକୁ ହେବ । ଅନଲାଇନ୍ ଯୋଗେ ଆଜିଠାରୁ ଆରମ୍ଭ ହେବାକୁ ଥିବା ପଞ୍ଜୀକରଣ ପ୍ରକ୍ରିୟାର ଅନ୍ତିମ ସମୟ ଆସନ୍ତା ୧୭ ତାରିଖ ଧାର୍ଯ୍ୟ ରହିଛି । ଏଥିଲାଗି ବୋର୍ଡ ପକ୍ଷରୁ ରାଜ୍ୟର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅବଗତ କରାଯାଇଛି ।

ପଞ୍ଜୀକରଣ କାର୍ଯ୍ୟ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନେ କରିବେ । ସାଧାରଣ ବର୍ଗର ପିଲାମାନଙ୍କ ଲାଗି ୬୦ ଟଙ୍କା ଦେୟ ରହିଥିବା ବେଳେ ଏସ୍‌ସି, ଏସ୍‌ଟି ଛାତ୍ରାଛାତ୍ରୀଙ୍କ ପାଇଁ ଦେୟମୁକ୍ତ ରହିଛି । ଯେଉଁ ଛାତ୍ରଛାତ୍ରୀମାନଙ୍କ ନାଁ ୧୭ ତାରିଖ ରାତି ୧୨ଟା ସୁଦ୍ଧା ପଞ୍ଜୀକରଣ ହୋଇ ନଥିବ ସେମାନେ ୨୦୨୭ରେ ହେବାକୁ ଥିବା ରେଗୁଲାର ମାଟ୍ରିକ୍ ପରୀକ୍ଷା ଦେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚାଇ ଦିଆଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme