Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହଷ୍ଟେଲରେ ରାତ୍ରୀ ଭୋଜନ ଖାଇ ୩୫ ଛାତ୍ରଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

Posted on December 2, 2025

ହଷ୍ଟେଲରେ ରାତ୍ରୀ ଭୋଜନ ଖାଇ ୩୫ ଛାତ୍ରଛାତ୍ରୀ ଅସୁସ୍ଥ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ଶିରିବେଡ଼ା ସ୍ଥିତ ପିଏମଶ୍ରୀ ସ୍କୁଲରେ ଅଘଟଣ। ୩୫ ଅନ୍ତେବାସୀ ବୈପାରୀଗୁଡ଼ା ମେଡିକାଲରେ ଭର୍ତ୍ତି। ଅନୁଧ୍ୟାନ ପାଇଁ ହଷ୍ଟେଲରେ ମିଳିତ ଡାକ୍ତରୀ ଟିମ୍। ବୈପାରୀଗୁଡ଼ା ରାମଗିରି ମେଡିକାଲ ଟିମ୍‌ର ଅନୁଧ୍ୟାନ।

ସୂଚନା ଅନୁଯାୟୀ, ବୈପାରୀଗୁଡ଼ା ବ୍ଲକର ଶିରିବେଡ଼ା ସ୍ଥିତ ପିଏମଶ୍ରୀ ସ୍କୁଲର ହଷ୍ଟେଲ ଅନ୍ତେବାସୀ ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢେ ୯ଟା ବେଳେ କିଛି ପିଲା ପେଟ ବ୍ୟଥା ହେଉଥିବା ରୋଷେୟାଙ୍କୁ ଜଣାଇଥିଲେ। କ୍ରମଶଃ ହଷ୍ଟେଲର ଅଧିକାଂଶ ପିଲାଙ୍କ ପେଟ ବ୍ୟଥା ହେଉଥିବା ଜଣାଇବା ପରେ ପ୍ରଧାନ ଶିକ୍ଷକ କୁଳମଣି ଜେନା ତିନୋଟି ଗାଡ଼ିରେ ୩୫ ଜଣ ଅନ୍ତେବାସୀଙ୍କୁ ବୈପାରୀଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏବେ ସେମାନଙ୍କର ଚିକିତ୍ସା ଚାଲିଛି। ବୈପାରୀଗୁଡ଼ା ଏବଂ ରାମଗିରି ଡ଼ାକ୍ତରୀ ଦଳ ଶିରିବେଡା ପିଏମଶ୍ରୀ ବିଦ୍ୟାଳୟର ହଷ୍ଟେଲରେ ପହଞ୍ଚି ବାକି ୬ ଜଣ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏସଂପର୍କରେ ଡାକ୍ତରଙ୍କୁ ପଚାରିବାରୁ ପରୀକ୍ଷା ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କହିଛନ୍ତି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme