Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କାଲିଠୁ କମ୍ପିବ ସଂସଦ: ଆଜି ସର୍ବଦଳୀୟ ବୈଠକ

Posted on November 30, 2025

ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ଆଜି ବସିବ ସର୍ବଦଳୀୟ ବୈଠକ। ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଡିସେମ୍ବର ୧୯ ଯାଏ ଚାଲିବ ସଂସଦ ଅଧିବେଶନ। ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ। ଏଥିଲାଗି ସମସ୍ତ ଦଳର ସହଯୋଗ କାମନା କରାଯାଇଛି। ଏହି ଅଧିବେଶନରେ ୧୫ଟି ସିଟିଂ ବସିବ। ଅଧିବେଶନରେ ପ୍ରାଇଭେଟ ମେମ୍ବର୍ସ ବିଲ୍ ଗୁଡିକ ଡିସେମ୍ବର ୫ ଓ ଡିସେମ୍ବର ୧୯ରେ ଆଗତ ହେବ ବୋଲି ଜଣାଯାଇଛି। ସେପଟେ କମ୍ ଦିନ ଲାଗି ହେଉଥିବା ଅଧିବେଶନକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ।

ଏହି ଅଧିବେଶନରେ କିଛି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି। ଏହା ସହ ଗତ ଅଧିବେଶନ କାଳରେ ଗୃହୀତ ହୋଇ ପାରି ନଥିବା କିଛି ବିଲ୍ ବି ଗୃହରେ ଆଗତ ହେବ। ବିରୋଧୀ ଦଳର ବିରୋଧ ଯୋଗୁ କିଛି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇପାରି ନଥିଲା। ଏହି ଅଧିବେଶନ ଲାଗି ସମ୍ମତି ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ କରିଛନ୍ତି ରଣନୀତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme