Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କାଲିଠୁ କମ୍ପିବ ସଂସଦ: ଆଜି ସର୍ବଦଳୀୟ ବୈଠକ

Posted on November 30, 2025

ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ଆଜି ବସିବ ସର୍ବଦଳୀୟ ବୈଠକ। ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଡିସେମ୍ବର ୧୯ ଯାଏ ଚାଲିବ ସଂସଦ ଅଧିବେଶନ। ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ। ଏଥିଲାଗି ସମସ୍ତ ଦଳର ସହଯୋଗ କାମନା କରାଯାଇଛି। ଏହି ଅଧିବେଶନରେ ୧୫ଟି ସିଟିଂ ବସିବ। ଅଧିବେଶନରେ ପ୍ରାଇଭେଟ ମେମ୍ବର୍ସ ବିଲ୍ ଗୁଡିକ ଡିସେମ୍ବର ୫ ଓ ଡିସେମ୍ବର ୧୯ରେ ଆଗତ ହେବ ବୋଲି ଜଣାଯାଇଛି। ସେପଟେ କମ୍ ଦିନ ଲାଗି ହେଉଥିବା ଅଧିବେଶନକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ।

ଏହି ଅଧିବେଶନରେ କିଛି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି। ଏହା ସହ ଗତ ଅଧିବେଶନ କାଳରେ ଗୃହୀତ ହୋଇ ପାରି ନଥିବା କିଛି ବିଲ୍ ବି ଗୃହରେ ଆଗତ ହେବ। ବିରୋଧୀ ଦଳର ବିରୋଧ ଯୋଗୁ କିଛି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇପାରି ନଥିଲା। ଏହି ଅଧିବେଶନ ଲାଗି ସମ୍ମତି ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ କରିଛନ୍ତି ରଣନୀତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme