
ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଜାରି କରିଛି। ଜିଲ୍ଲା ଭିତରେ ବଦଳି ପାଇଁ ନଭେମ୍ବର ୨୮ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିପାରିବେ ପ୍ରାଥମିକ ଶିକ୍ଷକମାନେ। ସମସ୍ତ ପ୍ରକ୍ରିୟା ୨୫ ଡିସେମ୍ବର ୨୦୨୫ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ମିଳିଛି।
ଏପରିକି, ଏବେ ସୁପାରିସ୍ରେ ଶିକ୍ଷକ ବଦଳି ହେବ ନାହିଁ। ବିଧାୟକ ଓ ସାଂସଦଙ୍କୁ ଦିଆଯାଇଥିବା ବଦଳି କ୍ଷମତାକୁ ହାଇକୋର୍ଟ ବାତିଲ୍ କରିଦେଇଛି। ଶିକ୍ଷା ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ଅଯୋଗ୍ୟ ବୋଲି କୋର୍ଟ ସ୍ପଷ୍ଟ କରିଛି। ବିରୋଧୀ ଏହି ରାୟକୁ ସ୍ବାଗତ କରିଛନ୍ତି, ଯେବେକି ମନ୍ତ୍ରୀ କହିଛନ୍ତି—ଏପରେ ବଦଳି ପ୍ରକ୍ରିୟା ଅଧିକ ସ୍ବଚ୍ଛ ହେବ।
କୋର୍ଟ ଆହୁରି କହିଛି, ଯେ ଯେଉଁ ଶିକ୍ଷକମାନେ ବଦଳି ପରେ ନୂତନ ସ୍ଥାନରେ ଯୋଗ ଦେଇଛନ୍ତି, ସେମାନେ ଚାଲୁ ଶିକ୍ଷାବର୍ଷ ଶେଷ ପର୍ଯ୍ୟନ୍ତ ସେଠାରେ ରହିବେ। ପରବର୍ତ୍ତୀ ଶିକ୍ଷାବର୍ଷ ଆରମ୍ଭର ୭ ଦିନ ଭିତରେ ପୂର୍ବତନ ନିଯୁକ୍ତି ସ୍ଥାନକୁ ଫେରିବାକୁ ପଡ଼ିବ।
